ଜାତୀୟ କ୍ରୀଡ଼ା ଦିବସରେ ମାରୱାଡ଼ି ଯୁବ ମଞ୍ଚର ସାଇକ୍ଲୋଥନ

ବାଲେଶ୍ୱର, (ସରୋଜ ପଣ୍ଡା): ହକି ଖେଳର କିମ୍ବଦନ୍ତୀ ପୁରୁଷ ମେଜର ଧ୍ୟାନଚାନ୍ଦଙ୍କ ଜନ୍ମ ଦିନ ତଥା ଜାତୀୟ କ୍ରୀଡ଼ା ଦିବସ ଅବସରରେ ମାରୱାଡ଼ି ଯୁବା ମଞ୍ଚ ପକ୍ଷରୁ ଗଣ ସାଇକେଲ ଯାତ୍ରା ‘ସାଇକ୍ଲୋଥୋନ’ ରବିବାର ସକାଳେ ଅନୁଷ୍ଠିତ ହୋଇଯାଇଛି । ସହରର ମିଶନ ପଡ଼ିଆରୁ ଆରମ୍ଭ ହୋଇଥିବା ଏହି ସାଇକ୍ଲୋଥୋନକୁ ରାଜ୍ୟ ପର୍ଯ୍ୟଟନ ଓ ସଂସ୍କୃତି ବିଭାଗ ମନ୍ତ୍ରୀ ଜ୍ୟୋତି ପ୍ରକାଶ ପାଣିଗ୍ରାହୀ ଉଦଘାଟନ କରିଥିଲେ । ଯୁବା ମଞ୍ଚର ଉଦ୍ୟମକୁ ପ୍ରଶଂସା କରିବା ସହିତ ଯୁବବର୍ଗଙ୍କୁ ଦକ୍ଷତା ସମ୍ପନ୍ନ କରିବା ପାଇଁ ଓଡ଼ିଶାର ମୁଖ୍ୟମନ୍ତ୍ରୀଙ୍କ କ୍ରୀଡ଼ା ପ୍ରୋତ୍ସାହନ କାର୍ଯ୍ୟକ୍ରମ ସମଗ୍ର ଦେଶ ପାଇଁ ଉଦାହରଣ ବୋଲି ସେ କହିଥିଲେ । ଆଗାମୀ ଦିନରେ ବାଲେଶ୍ୱରରେ କ୍ରୀଡ଼ା ଭିତ୍ତିଭୂମି ବିକାଶ ପାଇଁ ନୂତନ ଇଣ୍ଡୋର ଷ୍ଟାଡିୟମ ନିର୍ମାଣ ସହ ବିଭିନ୍ନ ଖେଳ ପଡିଆର ଉନ୍ନତି କରାଯାଉଥିବା ସେ ସୂଚନା ଦେଇଥିଲେ । ସଦର ବିଧାୟକ ସ୍ୱରୂପ କୁମାର ଦାସ ଓ ରେମୁଣା ବିଧାୟକ ସୁଧାଂଶୁ ଶେଖର ପରିଡ଼ା ଏହି କାର୍ଯ୍ୟକ୍ରମରେ ଯୋଗଦେଇ ସାଇକେଲ ଆରୋହୀ ଓ ମାରୱାଡ଼ି ଯୁବା ମୋର୍ଚ୍ଚାର କର୍ମକର୍ତ୍ତାଙ୍କୁ ଉତ୍ସାହିତ କରିଥିଲେ । ଏହି ସାଇକ୍ଲୋଥୋନ ମିଶନ ପଡ଼ିଆରୁ ବାହାରି ସହର ପରିକ୍ରମା ସହ ଜ୍ୟୋତି ହସପିଟାଲ ଯାଇ ପୁଣି ମିଶନ ପଡ଼ିଆକୁ ଫେରିଥିଲା । ପରେ ସାଇକ୍ଲୋଥୋନର କୃତୀ ପ୍ରତିଯୋଗୀମାନଙ୍କୁ ପୁରସ୍କୃତ କରଯାଇଥିଲା । ମାରୱାଡ଼ି ଯୁବା ମଂଚର ଓଡ଼ିଶା ପ୍ରାନ୍ତ ଉପସଭାପତି ମୋହିତ ପୋଦାର, ବାଲେଶ୍ୱର ଶାଖା ସଭାପତି ରିତେଶ ଅଗ୍ରୱାଲ, ସମ୍ପାଦକ ଅମିତ ଅଗ୍ରୱାଲ, ମନୋଜ ପୋଦାର ପ୍ରମୁଖ ମଞ୍ଚାସୀନ ଥିଲେ । କେଶବ ମୋଦି କାର୍ଯ୍ୟକ୍ରମରେ ସଂଯୋଜନା କରିଥିଲେ । ସୁଶୀଲ ଜାଲାନ, ମହେନ୍ଦ୍ର ସାହା, ମନିଷ ସରାୱଗୀ, ଅଙ୍କିତ ଖଣ୍ଡେଲୱାଲ, ଅନୁରାଗ ଅଗ୍ରୱାଲ, ଶୁଭମ ପୋଦାର ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସକ୍ରିୟ ସହଯୋଗ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ