ଜାତୀୟ ପତକା ତିଆରିରେ ନିମଗ୍ନ ସିଂହବାହିନୀ ମହିଳା ସଂଘ

ହିଞ୍ଜିଳିକାଟୁ, (ଶେଷଦେବ ସାହୁ):ମହିଳା ସଂଘ ତିଆରି କରୁଛନ୍ତି ଜାତୀୟ ପତକା । ଗଞ୍ଜାମ ଜିଲ୍ଲା ପ୍ରଶାସନର ସହଯୋଗରେ ୨୦ ହଜାର ଜାତୀୟ ପତକା ପ୍ରସ୍ତୁତ କାମରେ ଲାଗି ପଡିିଛନ୍ତି କାମରେ ଲାଗି କଡିଛନ୍ତି ହିଞ୍ଜିଳିକାଟୁ ବ୍ଳକର ନନ୍ଦିକ ଗ୍ରାମ ପଞ୍ଚାୟତର ସିଂହବାହିନୀ ଏସଏଚଜି ମହିଳା ସଂଘ । ତ୍ରିରଙ୍ଗା ଜାତୀୟ ପତକା ତିଆରି କରି ଖୁସି ମନେ କରୁଛନ୍ତି ମିଶନ ଶକ୍ତି ଅନ୍ତର୍ଭୁକ୍ତ ଗ୍ରାମାଞ୍ଚଳର ଏସଏଚଜି ମହିଳା ସଂଘ । ଏଭଳି ମହତ କାମ କରି ଅର୍ଥ ଉର୍ପାଜନ ଠୁ ବେଶ ହଷ ର୍ଉଲ୍ଲାସ ରହିଥିବାରୁ ସରକାରଙ୍କୁ ଧନ୍ୟବାଦ ଦେଇଛନ୍ତି ହିଞ୍ଜିଳିକାଟୁ ବ୍ଳକର ମିଶନ ଶକ୍ତି ମହିଳା । ସ୍ୱାଧିନତା ଦିବସ ପୂର୍ବରୁ କାମ ସାରିବା ଲକ୍ଷ୍ୟରେ ଦିନରାତି ଏକ କରି ଜାତୀୟ ପତକା ସିଲେଇ କରୁଛନ୍ତି ମହିଳା । ପତକା ତିଆରି କରି ଜିଲ୍ଲା ପ୍ରଶାସନକୁ ହସ୍ତାନ୍ତର କରିବା ଲକ୍ଷ୍ୟ ରହିଛି । ହିଞ୍ଜିଳିକାଟୁ ବ୍ଳକ ଏସଏଚଜିକୁ ଜିଲ୍ଲା ପ୍ରଶାସନ ଏଭଳି ଗୁରୁ ଦାୟିତ୍ୱ ଦେଇଛି । ତେଣୁ ନନ୍ଦିକ ପଞ୍ଚାୟତର ସିଂହବାହିନୀ ଏସଏଚଜିର ୨୫ ଜଣ ମହିଳା କାମରେ ଲାଗି ପଡିଛନ୍ତି । ହାତରେ ଆଉ ମାତ୍ର ୫ ଦିନ ସମୟ ଥିବାରୁ କିଏ ତ୍ରିରଙ୍ଗା ପତକା ମାପ କରି କଟିଂ କରୁଛି ତ ଆଉ କିଏ ସିଲେଇ କରୁଛି । ସ୍ଥାନୀୟ ପ୍ରଶାସନର ସହଯୋଗରେ ମହିଳା ଗୋଷ୍ଠୀ ବିଭିନ୍ନ କାର୍ଯ୍ୟ କରି ଆସୁଛନ୍ତି । ପୂର୍ବରୁ ଅଙ୍ଗନବାଡି ଏବଂ ବିଦ୍ୟାଳୟର ପିଲାଙ୍କ ପାଇଁ ପୋଷାକ ସିଲେଇ କରିବା ସହ ମହାମାରୀ କରୋନା ଭୁତାଣୁ ସଂକ୍ରମଣ ସମୟରେ ମାସ୍କ ତିଆରି କରି ଚର୍ଚ୍ଚାରେ ରହିଥିଲେ । ଏଭଳି ଉତ୍ସାହ ଦେଖି ଜିଲ୍ଲା ପ୍ରଶାସନ ୨୦ ହଜାର ଜାତୀୟ ପତକା ପ୍ରସ୍ତୁତ କରିବା ପାଇଁ କହିଥିବା ଜଣାପଡିଛି । ଅର୍ଥ ଅପେକ୍ଷା ତ୍ରିରଙ୍ଗା ପତକା ତିଆରି କରି ବେଶ ଖୁସି ରହିଥିବା କହିଛନ୍ତି ସିହଂବାହିନୀ ମହିଳା ସଂଘ ସଭାନେତ୍ରୀ ନନେନ୍ଦୁ ପ୍ରଧାନ, ସମ୍ପାଦିକା ଭାରତୀ ପ୍ରଧାନ, କୋଷାଧ୍ୟକ୍ଷା ରତ୍ନମାଳା ପ୍ରଧାନ, ସଦସ୍ୟା ମାମିନି ଭଉଳ, ପ୍ରିତି ଭଉଳ, ମିନତି ବେହେରା, ବବି ବେହେରା, କୁନି ବେହେର, ଭାରତି ପ୍ରଧାନ, ସୁସ୍ମିତା ଭଉଳ ପ୍ରମୁଖ କହିଛନ୍ତି । ମହିଳାଙ୍କୁ ସମ୍ମାନ ତଥା ସ୍ୱାବଲମ୍ବୀ ହେବା ସହ ଘର କୋଣରେ ନବସି ରୋଜଗାରରେ ସାମିଲ ହୋଇ ଖୁସି ଅଛନ୍ତି ପରିବାର । ଦିନ ଥିଲା ତ୍ରିରଙ୍ଗା ଧରି ବିଦ୍ୟାଳୟରେ ବୁଲୁ୍ ଥିଲି ଆଜି ତ୍ରୀରଙ୍ଗା ପତକା ତିଆରି କରିବା ପାଇଁ ସୁଯୋଗ ମିଳିଥିବାରୁ ଗର୍ବ ଅନୁଭବ କରୁଥିବା କହିଛନ୍ତି ମହିଳା ଏସଏଚଜି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ