ଜାତୀୟ ପେନସନ୍ ସ୍କିମ୍ ଅଧିନରେ କାର୍ଯ୍ୟରତ କର୍ମଚାରୀଙ୍କ ଫ୍ୟାମିଲି ପେନସନ୍ ବିଷୟରେ ତାଲିମ୍

ଛତ୍ରପୁର, (ଯୁଗାବ୍ଦ ନ୍ୟୁଜ) :-ରିଖ ଆଜି ପୂର୍ବାହ୍ନରେ ଜିଲ୍ଲା ଟ୍ରେଜେରୀ ଗଞ୍ଜାମଙ୍କ କାର୍ଯ୍ୟାଳୟର ସମ୍ମିଳନୀ କକ୍ଷରେ ଜାତୀୟ ପେନସନ୍ ସ୍କିମ୍ ଅଧିନରେ କାର୍ଯ୍ୟରତ କର୍ମଚାରୀଙ୍କ ଫ୍ୟାମିଲି ପେନସନ୍ ବିଷୟରେ ଟ୍ରେଜେରୀ ଅଧିକାରୀ ଭାଗ୍ୟଧର ମଲ୍ଲିକ ସମସ୍ତ ବିଭାଗର କର୍ମଚାରୀ ମାନଙ୍କୁ ତାଲିମ୍ ପ୍ରଦାନ କରିବା ସହ ଏନ୍.ପି.ଏସ୍. ଅଧିନରେ କାର୍ଯ୍ୟ କରୁଥିବା କର୍ମଚାରୀଙ୍କ ପାଇଁ ଏହା ସରକାରଙ୍କର ଏକ ଜନହିତୈଷୀ ଓ ସ୍ବାଗତଯୋଗ୍ୟ ପଦକ୍ଷେପ ବୋଲି କହିଥିଲେ । ଇଂ. ଅଶୋକ କୁମାର ସେନାପତି ଏବଂ ଟି ସୌଜନ୍ୟା ରାଓ ତାଲିମ୍ ପ୍ରଦାନରେ ତାଙ୍କୁ ସହାୟତା କରିବା ସହ ଜାତୀୟ ପେନସନ୍ ସ୍କିମ୍ ଅଧିନରେ କାର୍ଯ୍ୟରତ କର୍ମଚାରୀ ମାନେ କିପରି ଓ.ସି.ଏସ୍. ପେନସନ୍ ରୁଲ୍ ୧୯୯୨ ର ସୁବିଧା ପାଇପାରିବେ ସେ ବିଷୟରେ ସମସ୍ତ କର୍ମଚାରୀ ମାନଙ୍କୁ ପ୍ରାଞ୍ଜଳଭାବେ ବୁଝାଇଥିଲେ । ଯଦି କୈଣସି କର୍ମଚାରୀ କୌଣସି ବିଷୟରେ ବୁଝି ନପାରିଲେ ତେବେ ସିଧାସଳଖ ଦେଖାକରି ତାଙ୍କୁ ପଚାରି ବଉଝିବାକୁ ଶ୍ରୀ ମଲ୍ଲିକ ପରାମର୍ଶ ଦେଇଥିଲେ । ବାଳକୃଷ୍ଣପଣ୍ଡା, ଆକାଉଣ୍ଟାଣ୍ଟ ଓ ଦିଲ୍ଲୀପ କୁମାର ପଟ୍ଟନାୟକ ଆକାଉଣ୍ଟାଣ୍ଟ ଏହି ତାଲିମ୍ କାର୍ଯ୍ୟକ୍ରମ ପରିଚାଳନା କରିବା ସହ ସମସ୍ତ ପ୍ରକାର ସହଯୋଗ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ