ଜାତୀୟ ପ୍ରେସ ଦିବସ ଅବସରେ ଆଲୋଚନା ଚକ୍ର
ଛତ୍ରପୁର,(ଯୁଗାବ୍ଦ ନ୍ୟୁଜ୍): ସ୍ଥାନୀୟ ଜିଲ୍ଲପାଳଙ୍କ ସମ୍ମିଳନୀ କକ୍ଷରେ ଗଂଜାମ ଜିଲ୍ଲପାଳ ବିଜୟ ଅମୃତା କୁଲାଙ୍ଗେଙ୍କ ସଭାପତିତ୍ୱରେ ଜାତୀୟ ପ୍ରେସ ଦିବସ ଅବସରରେ ଏକ ଆଲୋଚନା ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୁଖ୍ୟ ବକ୍ତ ଭାବେ ବରିଷ୍ଠ ସାମ୍ବାଦିକ ରବି ରଥ ଓ ମନୋଜ କୁମାର ଦାସ ଯୋଗଦେଇ ଜାତୀୟ ପ୍ରେସ ଦିବସ ଉପରେ ଆଲୋକପାତ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଗଂଜାମ ଜିଲ୍ଲାପରିଷଦ ଅଧ୍ୟକ୍ଷା ସୋନମ ପଲାଇ , ଉପାଧ୍ୟକ୍ଷା ସ୍ନେହଲତା ପଣ୍ଡା, ପୂର୍ବତନ ବିଧାୟକ ଅଶୋକ କୁମାର ଚୈାଧୂରୀ, ପୂର୍ବତନ ଛତ୍ରପୁର ଓକିଲ ସଂଘର ସଭାପତି ଗୋକୁଳ ଚନ୍ଦ୍ର ପଣ୍ଡା , ସରକାରୀ ଓକିଲ ମନୋଜ କୁମାର ପାଢି, ଜିଲ୍ଲା ପଞ୍ଚାୟତ ଅଧିକାରୀ ଧର୍ମାନନ୍ଦ ସେଠିଆ, ସାମ୍ବାଦିକ କୃପାସିନ୍ଧୁ ପଣ୍ଡା, ରବିନ୍ଦ୍ର କୁମାର ପଣ୍ଡା, ରବିନ୍ଦ୍ର ନାଥ ପଣ୍ଡା, ବସନ୍ତ କୁମାର ମହାରଣା, ପ୍ରଶାନ୍ତ କୁମାର ମହାରଣା, କ୍ଷିରୋଦ କୁମାର ସାହୁ, ସନ୍ତୋଷ କୁମାର ସାହୁ, ସନ୍ତୋଷ ମିଶ୍ର, ସରୋଜ କୁମାର ସାମଲଙ୍କସମେତ ଜିଲ୍ଲାର ବହୁ ଗଣମାଧ୍ୟମର ପ୍ରତିନିଧୀମାନେ ଉପସ୍ଥିତ ଥିଲେ । ସମସ୍ତ କାର୍ଯ୍ୟକ୍ରମକୁ ଜିଲ୍ଲା ସୂଚନା ଓ ଲୋକସଂପର୍କ ଅଧିକାରୀ ବିରଞ୍ଚିନାରାୟଣ ପ୍ରଧାନ ପରିଚାଳନା କରିଥିଲେ ।