ଜାତୀୟ ଭୋଟର୍ ଦିବସ ପାଳିତ

ବେଲଗୁଣ୍ଠା,(ସନ୍ତୋଷ ବିଷୋୟୀ): ଆଜି ବେଲଗୁଣ୍ଠା ପଞ୍ଚାୟତ ସମିତି କାର୍ଯ୍ୟାଳୟ ପରିସରରେ ରାଜୀବ ଗାନ୍ଧୀ ସେବା କେନ୍ଦ୍ର ଠାରେ ଜାତୀୟ ଭୋଟର୍ ଦିବସ ପାଳିତ ହୋଇଯାଇଛି I ବେଲଗୁଣ୍ଠା ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶଶି ଭୂଷଣ ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ରୂପେ ବେଲଗୁଣ୍ଠା ତହସିଲଦାର ସରୋଜ କୁମାର ବେହେରା ଏବଂ ସମ୍ମାନୀତ ଅତିଥି ରୂପେ ସମନ୍ୱିତ ମହିଳା ଓ ଶିଶୁ ବିକାଶ ଅଧିକାରିଣୀ ଗାୟତ୍ରୀ ମିଶ୍ର ଯୋଗ ଦେଇ ଆଜିର ତାତ୍ପର୍ଯ୍ୟ ଏବଂ ସାଧାରଣ ଭୋଟର୍ ଙ୍କ ଉପରେ ଏହାର ପ୍ରଭାବ ଉପରେ ଆଲୋଚନା କରିଥିଲେ I ଏହି ଅବସରରେ ଉତ୍ସର୍ଗୀକୃତ କାର୍ଯ୍ୟ ପାଇଁ ଶ୍ରେଷ୍ଠ ସୁପରଭାଇଜର ଭାବେ ଶିକ୍ଷକ ପ୍ରତାପ ଚନ୍ଦ୍ର ଶତପଥୀ ଏବଂ ଶ୍ରେଷ୍ଠ ବି.ଏଲ୍.ଓ ଭାବେ ଧୂମୂଛାଇ ପଞ୍ଚାୟତ 67 ନମ୍ବର୍ ବୁଥ୍ ଅଧିକାରିଣୀ ଜ୍ଯୋତିର୍ମୟୀ ସ୍ଵାଇଁଙ୍କୁ ଅତିଥି ମାନେ ମାନପତ୍ର ଏବଂ ଟ୍ରଫି ଦେଇ ସମ୍ବର୍ଦ୍ଧିତ କରିଥିଲେ I ଆଜିର କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ସୁପରଭାଇଜର ବାଳକୃଷ୍ଣ ସାବତ, ସନିତ୍ କୁମାର ଜେନା, ଭାସ୍କର ଗୌଡ଼, ମୃତ୍ୟୁଞ୍ଜୟ ରଥ, ସୁବ୍ରତ ପାତ୍ର ଶଲ୍ୟ ସିୟ,ଡମ୍ବରୁ ସାହୁ, ବାଲ୍ ରାଜ୍ ଆୟାଙ୍ଗାର ଏବଂ ମୋହନ୍ ସେଠୀ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ I ଜିପିଓ ସମସ୍ତଙ୍କୁ ଶପଥପାଠ କରାଇଥିବା ବେଳେ ସୁପରଭାଇଜର ପୂର୍ଣ୍ଣ ଚନ୍ଦ୍ର ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ I

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ