ଜାତୀୟ ମହିଳା କମିଶନ ସଦସ୍ୟା ଙ୍କ ଗଜପତି ଗ୍ରସ୍ତ

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା) – ଜାତୀୟ ମହିଳା ସମିସନ ସଦସୟା ଚନ୍ଦ୍ରମୁଖୀ ଦେବୀ ଦିନିକିଆ ଗଜପତି ଜିଲ୍ଲା ଗ୍ରସ୍ତରେ ଆସି ଏଠାରେ ବିଭିନ୍ନ ମହିଳା ସମ୍ବଦ୍ଧିତ ଅନୁଷ୍ଠାନ ପରିଦର୍ଶନ କରିଛନ୍ତି । ସେ ସୋମବାର ସକାଳ ୧୦ଘଣ୍ଟା ସମୟରେ ପ୍ରଥମେ ସ୍ଥାନୀୟ ସର୍କିଟ ହାଉସ୍ ଠାରେ ପହଞ୍ଚିଥିଲେ । ସେଠାରୁ ବାହାରି ସହର ଉପକଣ୍ଠସ୍ଥ ତାଟିପେଟା ଗ୍ରାମରେ ଥିବା ସ୍ୱଧାର ଗୃହକୁ ଯାଇ ସେଠାରେ ସମସ୍ତ ବିଷୟ ଅନୁଧ୍ୟାନ କରିଥିଲେ । ପରେ ୧୧ଟା ସମୟରେ ବୃଦ୍ଧବୃଦ୍ଧା ମାନେ ରହୁଥିବା ଆଶ୍ରୟସ୍ଥଳ ପରିଦର୍ଷନ କରି ସେଠାର ସମସ୍ତ ବିଷୟ ଅନୁଧ୍ୟାନ କରିବା ସହ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟଠାରେ ଥିବା ୱାନ ଷ୍ଟପ୍ ସେଣ୍ଟର ପରିଦର୍ଶନ କରିଥିଲେ । ସେବିଭିନ୍ନ ଶିଶୁ ସୁରକ୍ଷା ଅନୁଷ୍ଠାନ ଗୁଡିକ ବୁଲି ସେଟାକାର ପରିବେଷ ଅନୁଧ୍ୟାନ କରିଥିଲେ । ସେ ପାରଳାଖେମୁଣ୍ଡି ଠାରେ ଥିବା ପୋଷ୍ୟ ସନ୍ତାନ ଗ୍ରହଣକାରୀ ସଂସ୍ଥା (ସା) ଯାଇ ସେଠାର କର୍ମକର୍ତ୍ତ ମାନଙ୍କ ସହ ଆଲୋଚନା କରିଥିଲେ । ଅପରାହ୍ନ ୪.୩୦ସମୟରେ ଜିଲ୍ଲାପାଳଙ୍କ ସମ୍ମିଳନି କକ୍ଷରେ ଏକ ସମିକ୍ଷା ବୈଠକରେ ଯୋଗଦେଇ ସମସ୍ତ ତଥ୍ୟ ଉପରେ ଆଲୋଚନା କରିଥିଲେ । ଉକ୍ତ ବୈଠକରେ ଗଜପତି ଜିଲ୍ଲାପାଳ ଅନୁପମ ସାହାଙ୍କ ସମେତ ବହୁ ଜିଲ୍ଲାଧିକାରୀ ଯୋଗ ଦେଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ