ଜାତୀୟ ମାନବାଧିକାର କମିଶନଙ୍କ ଦ୍ୱାରସ୍ଥ ହେଲେ ରାଗିଂ ଶିକାର ହୋଇଥିବା ଛାତ୍ରୀ
ନିମାପଡ଼ା, (ସନ୍ତୋଷ ଦାଶ):ପୁରୀ ଜିଲ୍ଲା ନିମାପଡା ସ୍ୱୟଂ ଶାସିତ କଲେଜ ରେ ଜୈନିକା ଛାତ୍ରୀ ରାଗିଂ ର ଶିକାର ହୋଇଥିବା କଲେଜ କର୍ତ୍ତୃପକ୍ଷ ଓ ପୋଲିସ ନିକଟରେ ଅଭିଯୋଗ କରିଥିଲେ ମଧ୍ୟ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାନଯିବାରୁ ସେହି ଛାତ୍ରୀ ଜଣକ ଆଜି ବାଧ୍ୟହୋଇ ରାଜ୍ଯ ମାନବାଧିକାର କମିଶନ ଙ୍କ ଦ୍ବାରସ୍ଥ ହୋଇ ନ୍ୟାୟ ଭିକ୍ଷା କରିଛନ୍ତି। କଲେଜ କତ୍ତୁର୍ପକ୍ଷ ଓ ପୋଲିସ ପ୍ରଶାସନ ସମସ୍ତେ ମିଶି ଘଟଣାକୁ ଚାପିବାକୁ ଚେଷ୍ଟା କରୁଛନ୍ତି ଏବଂ ମୋ ଭବିଷ୍ୟତ ନଷ୍ଟ କରୁଛନ୍ତି ବୋଲି ଅଭିଯୋଗ କରିଛନ୍ତି ଛାତ୍ରୀ ଜଣକ। ପ୍ରକାଶ ଯେ, ରୋଜାଲିନ ବିଶ୍ୱାଳ ନାମକ ଜଣେ ଛାତ୍ରୀ ନିମାପଡ଼ା ସ୍ୱୟଂ ଶାସିତ ମହାବିଦ୍ୟାଳୟ ରେ ଯୁକ୍ତ ୩ଦ୍ୱିତୀୟ ବର୍ଷ ବିଜ୍ଞାନ ବିଭାଗରେ ପାଠ ପଡୁଛନ୍ତି ଏବଂ ଉକ୍ତ କଲେଜ ର ଯୁବଜ୍ୟୋତି ହଷ୍ଟେଲରେ ରୁହନ୍ତି। ସେହି କଲେଜର ଦୁଇ ସିନିଅର ଛାତ୍ରୀ ରୋଜାଲିନକୁ ଦୀର୍ଘ ୩ ମାସ ଧରି ରାଗିଂ କରି ଆସୁଥିଲେ । ସେ ଏ ବିଷୟରେ କଲେଜ କତ୍ତୁର୍ପକ୍ଷ ଙ୍କ ନିକଟରେ ଅଭିଯୋଗ କରିଥିଲେ ମଧ୍ୟ୍ୟ କିଛି ସୁଫଳ ମିଳି ନଥିଲା। ଏହା ପରେ ଉକ୍ତ ଛାତ୍ରୀ ଦୁଇଜଣ ତାଙ୍କର ଚାରିଜଣ ପୁରୁଷ ବନ୍ଧୁଙ୍କୁ ରୋଜାଲିନର ମୋବାଇଲ ନମ୍ବର ଦେଇଦେଇଥିଲେ । ସେହି ୪ ଜଣ ଯୁବକ ରୋଜାଲିନକୁ ଫୋନ ରେ ଅଶାଳୀନ ମନ୍ତବ୍ୟ ଦେବା ସହିତ ପୁନର୍ବାର ଅଭିଯୋଗ କରିଲେ ତୋ ମୁହଁରେ ଏସିଡ଼ ପକେଇ ଦେବାକୁ ଧମକ ମଧ୍ୟ୍ୟ ଦେଇଥିଲେ ବୋଲି ରୋଜାଲିନ ନିମାପଡ଼ା ଥାନା ପୋଲିସ ରେ ଅଭିଯୋଗ କରିଥିଲେ।ପୋଲିସ ଏକ ମାମଲା ରୁଜୁ କରି ଚୁପ ବସିଥିବା ରୋଜାଲିନ ଆଜି କରିଥିବା ଅଭିଯୋଗ ରେ ଦର୍ଶାଇ ଛନ୍ତି ।ଛାତ୍ରୀ ଜଣକ ଏ ସଂପର୍କ ରେ ସ୍ଥାନୀୟ ବିଧାୟକ ତଥା ରାଜ୍ୟ ଗଣ ଶିକ୍ଷାମନ୍ତ୍ରୀ ଓ ପୁରୀ ଜିଲ୍ଲା ଏସ ପି ଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ତେବେ ବି କୌଣସି ପଦକ୍ଷେପ ନିଆ ଯାଇନଥିଲା ।ଗତ ନଭେମ୍ବର ୧୨ ତାରିଖରେ ରୋଜାଲିନ ଙ୍କର ପରୀକ୍ଷା ଥିବାବେଳେ ଉଭୟ କଲେଜ କତ୍ତୁର୍ପକ୍ଷ ଏବଂ ପୋଲିସ ପ୍ରଶାସନ ଛାତ୍ରୀକୁ ନ୍ୟାୟ ଦେବାରେ ଅସମର୍ଥ ରହିବାରୁ ପୀଡ଼ିତା କଲେଜ ରେ ପରୀକ୍ଷା ଦେଇପାରିନଥିଲେ। ସବୁ ଆଡୁ ନିରାଶ ହୋଇ ଶେଷରେ ସେ ଆଜି ଜାତୀୟ ମାନବଅଧିକାର କମିଶନଙ୍କ ନିକଟରେ ଗୁହାରି ଜଣାଇଛନ୍ତି। ତାଙ୍କୁ ନ୍ୟାୟ ପ୍ରଦାନ କରି ରାଗିଂ କରିଥିବା ଛାତ୍ରୀ ଦ୍ୱୟ ଓ ତାଙ୍କୁ ଫୋନ ରେ ଅଶ୍ଳୀଳ ବ୍ୟବହାର, ଧମକ ଦେଇଥିବା ୪ଯୁବକ ଙ୍କ ବିରୋଧ ରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରିଛନ୍ତି। ଏହି ଘଟଣା ସମଗ୍ର ନିମାପଡା ଅଞ୍ଚଳ ରେ ଚର୍ଚ୍ଚା ର ବିଷୟ ପାଲଟିଛି। ପ୍ରଥମ ରୁ କଲେଜ କର୍ତ୍ତୃପକ୍ଷ ରାଗିଂ ଅଭିଯୋଗ କୁ ଅସ୍ବୀକାର କରି ଆସୁଛନ୍ତି।