ଅଗ୍ନିକାଣ୍ଡ ରେ ଦୁଇ ବଖରା ଗୃହ ଭସ୍ମୀଭୂତ

ନିମାପଡା, (ସନ୍ତୋଷ ଦାଶ):ପୁରୀ ଜିଲ୍ଲା କାକଟପୁର ବ୍ଲକ ଅଧିନସ୍ଥ ପାଟପୁର ବରୁଣେଇ ମନ୍ଦିର ନିକଟରେ ଥିବା ପଞ୍ଚାନନ ସେଠୀ ଙ୍କ ଘରେ ହଠାତ ନିଆଁ ଲାଗିଯାଇ ତାଙ୍କର ଦୁଇ ବଖରା ଘର ସହିତ ଘରେ ଥିବା ସମସ୍ତ ଆସବାବପତ୍ର ସମ୍ପୂର୍ଣ ଜଳିପୋଡି ନଷ୍ଟ ହୋଇ ଯାଇଛି। ଖବର ପାଇ ଅଗ୍ନିଶମ ବାହିନୀ ପହଂଚି ନିଆଁ କୁ ଆୟତ୍ତ କରିଥିଲା କିନ୍ତୁ ସେତେବେଳକୁ ଘରର ସମସ୍ତ ଜିନିଷ ପୋଡିଯିବା ସହିତ ଘରେ ଥିବା ତିରିଶି ହଜାର ଟଙ୍କା ପୋଡ଼ିଯାଇଥିଲା। ପଞ୍ଚାନନ ଙ୍କର ଦୁଇ ପୁତ୍ର ଙ୍କର ବହି, ଖାତା, ବ୍ୟାଗ, ସାଇକେଲ, ପୋଡ଼ିଯାଇଥିବା ବେଳେ ପରିବାର ଏବେ ଶୀତ କାକର ରେ ବାହାରେ ଦରି ପକାଇ ଦିନ କାଟୁଛନ୍ତି। ତୁରନ୍ତ ସ୍ଥାନୀୟ ପ୍ରଶାସନ ଉକ୍ତ ବିପନ୍ନ ପରିବାର କୁ ସାହାଯ୍ୟ ସହଯୋଗ ଯୋଗାଇ ଦେବାକୁ ଗ୍ରାମବାସୀ ମାନେ ଦାବି କରିଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ