ଜାତୀୟ ଯୋଗାସନ ସ୍ପୋର୍ଟସ ପ୍ରତିଯୋଗିତାରେ କେନ୍ଦ୍ରାପଡା ଜିଲ୍ଲାର ଛାତ୍ରୀମାନଙ୍କ କୃତିତ୍ୱ

କେନ୍ଦ୍ରାପଡ଼ା, (ଚିତ୍ତରଞ୍ଜନ ଦାସ):ଜାତୀୟ ଯୋଗାସନ ସ୍ପୋର୍ଟସ ଫେଡେରେସନ ପକ୍ଷରୁ ଚଳିତ ଡିସେମ୍ବରମାସ ୧୯ରୁ ୨୨ତାରିଖ ପର୍ଯ୍ୟନ୍ତ ମୁମ୍ବାଇର ଅନ୍ଧେରୀ ସ୍ପୋର୍ଟସ କମ୍ପେ୍ଲକ୍ସରେ ତୃତୀୟ ଜାତୀୟ ଯୋଗାସନ ସ୍ପୋର୍ଟସ ପ୍ରତିଯୋଗିତା ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି । ଜାତୀୟ ଯୋଗାସନ ସ୍ପୋର୍ଟସ ପ୍ରତିଯୋଗିତାରେ ଜିଲ୍ଲା କ୍ରୀଡା ଅଧିକାରୀ ଲୋକନାଥ ପାଣିଗ୍ରାହୀଙ୍କ ତତ୍ୱାବଧାନରେ ୫ଜଣ ପ୍ରତିଯୋଗୀ ଅଂଶଗ୍ରହଣ କରିଥିଲେ । ସେମାନଙ୍କ ମଧ୍ୟରୁ ଜୁନିଅର ବାଳିକା ବିଭାଗରେ ଡେରାବିଶ ବ୍ଲକର କୁମାରୀ ଟୁଇଙ୍କିଲ ସ୍ୱାଇଁ ଆର୍ଟିଷ୍ଟିକ ଏକକ ବିଭାଗରେ ଦ୍ୱିତୀୟ ସ୍ଥାନ ଅଧିକାର କରିଥିବା ବେଳେ ଜୁନିଅର ବାଳିକା ଆର୍ଟିଷ୍ଟିକ ପେୟାର ବିଭାଗରେ କେନ୍ଦ୍ରାପଡା ବ୍ଲକର କୁମାରୀ ଅର୍ପିତା ସ୍ୱାଇଁ ଓ ଡେରାବିଶ ବ୍ଲକର କୁମାରୀ ଟୁଇଙ୍କିଲ ସ୍ୱାଇଁ ତୃତୀୟ ସ୍ଥାନ ଅଧିକାର କରିଥିଲେ । ଏହି ପ୍ରତିଯୋଗିତାରେ ସବ୍ ଜୁନିଅର ବାଳିକା ବିଭାଗରେ ଶ୍ରେୟା ନାୟକ, ତନିଷା ତନ୍ମୟିନୀ ଓ ସୋନାଲି ସାମନ୍ତରାୟ ଉଚ୍ଚକୋଟୀର ଯୋଗାସନମାନ ପ୍ରଦର୍ଶନ କରିଥିଲେ । ପୁରୁଷ କୋଚ ଟୁଲୁ ମଲିକ, ମହିଳା କୋଚ ଅଳକାରାଣୀ ନାୟକ, ବିଚାରକ ଭାବେ ସଞ୍ଜୟ କୁମାର ମଥାନ ଯୋଗ ଦେଇଥିଲେ । ଟୁଇଙ୍କିଲ ଓ ଅର୍ପିତାଙ୍କ ଏହି କୃତିତ୍ୱ ପାଇଁ ଜିଲ୍ଲାପାଳ ଅମ୍ରିତ ଋତୁରାଜ, ଅତିରିକ୍ତ ଜିଲ୍ଲାପାଳ (ସାଧାରଣ) ପିତାମ୍ବର ସାମଲ, ଅତିରିକ୍ତ ଜିଲ୍ଲାପାଳ(ରାଜସ୍ୱ) ଦୁର୍ଗା ପ୍ରସାଦ ମହାରଣା ଓ ଜିଲ୍ଲା କ୍ରୀଡା ଅଧିକାରୀ ତଥା ଆନ୍ତର୍ଜାତୀୟ ଯୋଗ ରେଫରୀ ଲୋକନାଥ ପାଣିଗ୍ରାହୀ ପ୍ରମୁଖ ସେମାନଙ୍କୁ ଶୁଭେଛା ଜଣାଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ