ଜାତୀୟ ଯୋଗ ପ୍ରତିଯୋଗୀତା, ସାଇପ୍ରକାଶଙ୍କୁ ମିଳିଲା ଦୁଇଟି ସ୍ୱର୍ଣ୍ଣ
ହାଟଡ଼ିହି, (ବିକାଶ ବିଶ୍ୱାଳ):ଆଇୱାଇଏସଏଫ ପକ୍ଷରୁ କର୍ଣ୍ଣାଟକର ହାମ୍ପି ଠାରେ ଆୟୋଜିତ ତିନି ଦିନିଆ ଜାତୀୟ ଯୋଗ ଚମ୍ପି୍ରନସିପ ରେ ସଢ଼ା ପଞ୍ଚାୟତ ନାହା ଗ୍ରାମର ସାଇ ପ୍ରକାଶ ଏହି ପ୍ରତିଯୋଗୀତାରେ ନିଜର ପାରଦର୍ଶିତା ଦେଖାଇ ଦୁଇଟି ସ୍ୱର୍ଣ୍ଣ ପଦକ ହାସଲ କରିଛନ୍ତି । ପ୍ରତିଯୋଗୀତାର କନିଷ୍ଠ ବର୍ଗରେ ଅଂଶ ଗ୍ରହଣ କରିଥବବା ସାଇପ୍ରକାଶଙ୍କୁ ଏହି ସଫଳତା ମିଳିବାପରେ ତାଙ୍କୁ ବିଭିନ୍ନ ମହଲରୁ ଶୁଭେଚ୍ଛା ଜଣାଯାଇଛି । ସାଇପ୍ରକାଶ ନାହା ଗ୍ରାମର ଇଂ ପ୍ରଶାନ୍ତ କୁମାର ନାୟକ ଓ କଳ୍ପନା ମହାପାତ୍ରଙ୍କ ପୁଅ ଓ ବିଶିଷ୍ଟ ସାହିତି୍ୟକ କିର୍ତ୍ତନ ବିହାରୀ ନାୟକଙ୍କ ନାତି ଅଟନ୍ତି । ସେ ପିଲାଟି ଦିନରୁ ଯୋଗ ଶିକ୍ଷା କରିବା ସହିତ ବନ୍ତ ଚାରୁଚନ୍ଦ୍ର ଇଂରାଜି ମିଡିୟମ ସ୍କୁଲର ଛାତ୍ର ଅଟନ୍ତି ।


