ଜାତୀୟ ରାଜପଥରେ ଗଛ ପଡି ୩ଘଣ୍ଟା ରାସ୍ତା ଅବରୋଧ
ମୋହନା, (ଅଂଶୁମାନ ପଣ୍ଡା) :ଗଜପତି ଜିଲ୍ଲା ମୋହନା ବ୍ଳକ ଅନ୍ତର୍ଗତ ଖାରିଗୁଡା ପଞ୍ଚାୟତ ଅଧିନ ବାଚିପଙ୍କା ବୁଲାଣୀ ଜାତୀୟ ରାଜପଥ ୩୨୬ରେ ଏକ ବିରାଟ ଆମ୍ବ ଗଛ ପଡି ୩ ଘଣ୍ଟା ଧରି ଅବରୋଧ ହୋଇଥିଲା । ଫଳରେ ରାୟଗଡ଼ା-ବ୍ରହ୍ମପୁର ଯିବା ରାସ୍ତାର ଉଭୟ ପାର୍ଶ୍ବରେ ଆମ୍ବୁଲାନ୍ସ, ବସ, ଟ୍ରକ, କାର ଓ ବାଇକ ଗମନାଗମନ କରିନପାରି ୩ଘଣ୍ଟା ଧରି ଅଟକି ରହିଥିଲା । ଖବର ପାଇ ଅଡବା ଥାନା ଏସ ଆଇ ଜୟକୃଷ୍ଣ ପାଣିଗ୍ରାହୀ ଓ କର୍ମଚାରୀ ଘଟଣା ସ୍ଥଳରେ ପହଞ୍ଚି ମୋହନା ଅଗ୍ନିଶମ ବାହିନୀଙ୍କୁ ଖବର ଦେବା ପରେ ମୋହନା ଅଗ୍ନିଶମ ବିଭାଗ ଅଧିକାରୀ ତାରାକାନ୍ତ ମହାପାତ୍ର ସମେତ କର୍ମଚାରୀମାନେ ପହଞ୍ଚି ରାସ୍ତାରୁ ଗଛକୁକାଟି ହଟାଇ ଥିଲେ। ପରେ ଗାଡି ଗୁଡିକ ଯାତାୟାତ କରିଥିଲା I


