ଜାତୀୟ ରାଜପଥ ରୁ ଅଚିହ୍ନା ବ୍ୟକ୍ତିଙ୍କ ଶବ ଉଦ୍ଧାର

ଗଞ୍ଜାମ, (ବିନୋଦ ପଲାଇ):ଜାତୀୟ ରାଜପଥ (୧୬) ରୁ ଏକ ଅଚିହ୍ନା ବ୍ୟକ୍ତିଙ୍କ ଶବ ଉଦ୍ଧାର କରିଛି ପୋଲିସ। ପାରିପାର୍ଶ୍ବିକ ସ୍ଥିତିକୁ ଦେଖିଲେ ଏହା ଏକ ସୁ କଳ୍ପିତ ହତ୍ୟାକାଣ୍ଡ ବୋଲି ଜଣାପଡୁଛି। ଏହି ଭଳି ଘଟଣା ଘଟିଛି ହୁମ୍ମା ଫାଣ୍ଡି ଅନ୍ତର୍ଗତ ଶଙ୍ଖନୂଆଁ ଗ୍ରାମ ନିକଟରେ । ଗଞ୍ଜାମ ବ୍ଲକ ଅନ୍ତର୍ଗତ ଲକ୍ଷ୍ମୀପୁର ଗ୍ରାମ(ଶଙ୍ଖନୂଆଁଗ୍ରାମ) ଛକ ଠାରୁ କିଛି ଦୂରରେ ଜାତୀୟ ରାଜପଥ (୧୬)ର ପାର୍ଶରେ ଏକ ବ୍ୟକ୍ତି ନାକ , ପାଟିରୁ ରକ୍ତ ବାହାରୁଥିବା ଅବସ୍ଥାରେ ମୁଁହଁ ମାଡି ହୋଇପଡିଥିବା ନେଇ ସକାଳୁ ଲୋକ ଦେଖିଥିଲେ। ଖବର ପାଇ ହୁମ୍ମା ଫାଣ୍ଡି ଅଧିକାରୀ ଦେବଦତ୍ତ ପ୍ରିୟଦର୍ଶି , ଓ ରମ୍ଭାଥାନା ଅଧିକାରୀ ସ୍ୱରୁପ କିଷାନ ଘଟଣା ସ୍ଥଳରେ ପହଞ୍ଚିଥିଲେ। ମୃତ୍ୟବ୍ୟକ୍ତିକୁ ଦେଖିଲେ ତାମିଲନାଡୁ ଅଞ୍ଚଳ ର ପରି ଜଣାପଡୁଥିବା ବେଳେ,ସ୍ବାସ ରୁଦ୍ଧ କରାଯାଇ ହତ୍ୟା କରିବା ପରେ ଏଠାରେ ପକାଯାଇଥିବା ପୋଲିସ ଅନୁମାନ କରୁଛି। ଅନ୍ୟପଟେ ସାଇଣ୍ଟିଫିକଟିମ ଓ ସନ୍ଧାନୀ କୁକୁର ଅନୁଧ୍ୟାନ କରିଫେରିଛନ୍ତି। ସକାଳୁ ଏକକାର ରଙ୍ଗରୁଟରେ ଜାଇ ଫିଙ୍ଗିଥିବା ସ୍ଥାନୀୟ ଅଞ୍ଚଳରେ ଶୁଣିବାକୁ ମିଳୁଥିବା ବେଳେ, ଏକ ଇମ୍ପଟେଣ୍ଡ ଘଡି ପୋଲିସ ଉଦ୍ଧାର କରି ସୁରାକ ଖୋଜୁଥିବା ଜଣାପଡିଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ