ପରିବହନ ବିଭାଗ ଓ ଅସ୍ତରଙ୍ଗ ପୁଲିସ ସ୍ୱତନ୍ତ୍ର ଅଭିଯାନ : ଅସ୍ତରଙ୍ଗରେ କଡାକଡି ଗାଡି ଚେକିଂ
କାକଟପୁର /ଅସ୍ତରଙ୍ଗ(ଶୁଭାଶିଷ ଖଣ୍ଡୁଆଳ ):-ଏଣିକି ବେପରୁଆ ଓ ନିୟମ ଉଲ୍ଲଘଂନ କରୁଥିବା ଗାଡି ଚାଳକ ଙ୍କୁ ସାବାଡ଼ କରାଯିବ। ସଡ଼କ ଦୁର୍ଘଟଣା ଓ ମୃତ୍ୟୁ ସଂଖ୍ୟା ହ୍ରାସ ଲକ୍ଷ୍ୟରେ ସ୍ୱତନ୍ତ୍ର ଧରପଗଡ ଅଭିଯାନ ଜାରୀ ରହିଛି। ଏହି କ୍ରମରେ ପୁରୀ ପରିବହନ ବିଭାଗ ଓ ଅସ୍ତରଙ୍ଗ ଥାନା ପୁଲିସ ତରଫରୁ ଯାଞ୍ଚ କୁ ଜୋରଦାର କରାଯାଇଛି। ପୁରୀ ପରିବହନ ବିଭାଗ ଓ ଅସ୍ତରଙ୍ଗ ପୁଲିସ ମିଳିତ ଭାବେ ମଙ୍ଗଳବାର ମଧ୍ୟାହ୍ନ ସମୟରେ ଅସ୍ତରଙ୍ଗ ମୁଖ୍ୟ ବଜାର ରେ ଗାଡି ଗୁଡିକ ଶହ ଚାଳକ ମାନଙ୍କୁ କଡାକଡି ଯାଞ୍ଚ କରିଥିଲେ। ଦ୍ରୁତଗତି, ନିଶାଶକ୍ତ ଅବସ୍ଥାରେ ଗାଡି ଚାଳନା, ବିନା ହେଲମେଟ ରେ ବାଇକି ଚଳାଇବା, ମାଲବାହୀ ଗାଡି ଗୁଡିକ କ୍ଷମତା ଠାରୁ ଅଧିକ ପରିବହନ କରିବା ସହ ନିୟମ ଉଲ୍ଲଘଂନ ବିରୁଦ୍ଧରେ ଦୃଢ଼କାର୍ଯ୍ୟାନୁଷ୍ଠାନ ନିଆଯିବା ସହ ବ୍ୟାପକ ସଚେତନତା କରାଯାଇଛି। ମଙ୍ଗଳବାର ଅସ୍ତରଙ୍ଗ ମୁଖ୍ୟ ବଜାର ରେ ପୁରୀ ଅତିରିକ୍ତ ଆଞ୍ଚଳିକ ପରିବହନ ଅଧିକାରୀ ଦେବାଶିଷ ପଣ୍ଡା, ପରିବହନ ବିଭାଗ ନିରୀକ୍ଷକ ସୁଶାନ୍ତ କୁମାର ପାତ୍ର, ଏଏସଆଇ ସନ୍ତୋଷ କୁମାର ସେଠୀ,ଅସ୍ତରଙ୍ଗ ଥାନାଅଧିକାରିଣୀ ବିଦିତା ନାୟକ, ଏଏସଆଇ ଫକୀର ଚରଣ ଭୋଇ ପ୍ରମୁଖ ଉପସ୍ଥିତ ରହି କଡାକଡି ଯାଞ୍ଚ କରିଥିଲେ। ୩୯ଟି ଗାଡି ରୁ ୧ଲକ୍ଷ ୯୧ହଜାର ୯୮୦ଟଙ୍କା ଗାଡି ଚାଳକ ଙ୍କ ବିରୋଧରେ ଇ -ଚାଲାଣ ଜାରୀ ହୋଇଛି। ସେଥି ମଧ୍ୟରେ ମାଲବାହୀ ଗାଡି ଯଥା ଟ୍ରାକ୍ଟର, ଟାଟା ଏସି ୮ଟି ଗାଡି ରହିଛି।ଚାଳକ ମାନଙ୍କୁ କଡାକଡି ମଦ୍ୟପାନ କରିଛନ୍ତି କି ନାହିଁ ଯାଞ୍ଚ ସହ ଡ୍ରାଇଭିଂ ଲାଇସେନ୍ସ (ଡ଼ିଏଲ )ଯାଞ୍ଚ କରିଥିଲେ। ସୂଚନା ଥାଉ କି ପ୍ରତ୍ୟେକ ବର୍ଷ ଦୁର୍ଘଟଣା ହାର ଓ ମୃତ୍ୟୁ ହାର ଯଥେଷ୍ଟ ପରିମାଣ ରେ ବୃଦ୍ଧି ପାଉଛି।


