ଜାତୀୟ ସେବା ଯୋଜନା ତାଲିମ ଶିବିର ଅନୁଷ୍ଟିତ
ମୋହନା, (ଅଂଶୁମାନ ପଣ୍ଡା) : ଗଜପତି ଜିଲ୍ଲା ମୋହନା ସ୍ଥାନୀୟ ମୋହନା ସ୍ଥିତ ହିଲ ଟପ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଠାରେ ୧୯.୧୧ଶୁକ୍ରବାର ଠାରୁ୨୫,୧୧ ଯାଏଁ ଜାତୀୟ ସେବା ଯୋଜନା ର ସ୍ୱତନ୍ତ୍ର ସେବା ଶିବିର ଜାରି ରହିବ ଏଥିରେ ଛାତ୍ରୀ ମାନଙ୍କୁ ବିଭିନ ସେବା କାର୍ଯ୍ୟ ପାଇଁ ତାଲିମ ଦିଆଯିବ ଜାହାଦୁଆର କୋଣସୀ ବାତିୟା ,ଦୃଘଟଣା, ପରିବେଶ କୁ ସଫା ସୂତ୍ରରା ରଖିବାରେ ସାହାଯ୍ୟ କରିବେ I ଏହି କାର୍ଯ୍ୟକ୍ରମ କୁ ଆଜି ଉଦଘାଟନ ଉସ୍ତବ ଶ୍ରୀ ଭଗବାନ ବିଷୋୟୀ ଙ୍କ ସଭାପତିତ୍ୱ ରେ ଅନୁଷ୍ଠିତ ହୋଇଯାଇଛି I ଉକ୍ତ ଉସ୍ତବ ରେ ମୋହନା ବ୍ଲକ ସିଡିପିଓ ଶ୍ରୀମତୀ ଲଳିତା ମଳିକ ମୁଖ୍ୟ ଅତିଥି, ଶ୍ରୀ ମଧୁସୂଦନ ପାଢ଼ୀ ମୁଖ୍ୟ ବକ୍ତା, ଶ୍ରୀ ମାର୍ଶଲ ନାୟକ, ଡ଼ିଗ୍ରୀ ଅଧକ୍ଷ ଶ୍ରୀ ଶୁଭ୍ରକାନ୍ତ ମହାନ୍ତି, ଶ୍ରୀ ସାମିନୀ ରମେଶ, ଡକ୍ଟର ଅନ୍ତର୍ଯ୍ୟାମୀ ଗୌଡ଼, ଶ୍ରୀ ଅଜୟ ଦଳାଇ, ଶ୍ରୀ କାମାକ୍ଷା ପ୍ରସାଦ ପଟ୍ଟନାୟକ, ଆଦି ଯୋଗଦାନ କରିବା ୨୫ଜଣ ଛାତ୍ରୀ ଉପସ୍ଥିତ ରହି ସଭା କାର୍ଯ୍ୟ କୁ ସାଫଲ୍ୟ ମଣ୍ଡିତ କରିଥିଲେ I ସଭା ର ପରିସମାପ୍ତି ପରେ ଛାତ୍ରୀ ମାନେ ମହାବିଦ୍ୟାଳୟ ପରିସର ର ସଫେଇ କାର୍ଯ୍ୟ କରିଥିଲେ I ଏହି ସମସ୍ତ କାର୍ଯ୍ୟକୁ ବାଳିକା ବିଭାଗୀୟ ଯୋଜନା ଅଧିକାରୀ ଶ୍ରୀ ଅନିଲ କୁମାର ତ୍ରିପାଠୀ ପରିଚାଳନା କରିଥିଲେ I


