ଜାତୀୟ ସ୍ତରରେ ରାଜ୍ୟ ସ୍କାଉଟ୍ ଗାଇଡ଼୍ ସଂଗଠନର ବାଜିମାତ୍
ପ୍ରତିବର୍ଷ ଜାତୀୟ ସ୍ତରରେ ବିଭିନ୍ନ ଗୋଷ୍ଠୀ ଉନ୍ନୟନ ତଥା ସେବାଜନିତ କାର୍ଯ୍ୟ ସଂପାଦନ ପାଇଁ “ଜାତୀୟ କମିଶନର ଫଳକ” ପ୍ରତିଯୋଗିତାରେ ଅଂଶ ଗ୍ରହଣ କରିଥିବା ରାଜ୍ୟ ସଂଗଠନମାନଙ୍କ ମଧ୍ୟରୁ ଶ୍ରେଷ୍ଠ ବିବେଚିତ ରାଜ୍ୟମାନଙ୍କୁ ପୁରସ୍କୃତ କରାଯାଇଥାଏ । ଚଳିତ ବର୍ଷ ଉକ୍ତ ପ୍ରତିଯୋଗିତାରେ ରାଜ୍ୟ ସଂଗଠନର ସ୍କାଉଟ୍ ଓ ଗାଇଡ଼୍ ଉଭୟ ବିଭାଗ ଜାତୀୟ କମିଶନର ଫଳକ ପ୍ରତିଯୋଗିତାରେ ରାଜସ୍ଥାନ ଓ ମହାରାଷ୍ଟ୍ର ଭଳି ରାଜ୍ୟ ଠାରୁ ଶୀର୍ଷରେ ରହି ଫଳକ ଲାଭ କରିବାରେ ସକ୍ଷମ ହୋଇଛନ୍ତି । ସେହିଭଳି ରୋଭର ରେଂଜର ବିଭାଗ ପାଇଁ “ଲକ୍ଷ୍ମୀ ମଜୁମଦାର୍ ଆୱାର୍ଡ” ମଧ୍ୟ ସବୁ ରାଜ୍ୟଙ୍କୁ ପଛରେ ପକାଇ ଓଡ଼ିଶା ରାଜ୍ୟ ସଂଗଠନ ବାଜି ମାରିଅଛି । ଏଥି ସହିତ ସ୍କାଉଟ୍ ବିଭାଗ ମଧ୍ୟ ଉକ୍ତ ପ୍ରତିଯୋଗିତାରେ ଦ୍ୱିତୀୟ ସ୍ଥାନ ଲାଭ କରି ପୁରସ୍କୃତ ହୋଇଅଛି । ଚଳିତ ବର୍ଷ ଜାତୀୟ ସ୍ତରରେ ରାଜ୍ୟ ସଂଗଠନ ଏକକାଳିନ ୫ଟି ପୁରସ୍କାର ଲାଭ କରି ଅଭୂତପୂର୍ବ ସଫଳତା ହାସଲ କରିଥିବାରୁ ରାଜ୍ୟର ପ୍ରତ୍ୟେକ ସ୍କାଉଟ୍ ଓ ଗାଇଡ଼୍ ମହଲରେ ଆନନ୍ଦ ଉଲ୍ଲାସ ଖେଳିଯାଇଛି । ରାଜ୍ୟ ମୁଖ୍ୟ କମିଶନର ଡଃ କାଳି ପ୍ରସାଦ ମିଶ୍ରଙ୍କ ଦିଗ୍ଦର୍ଶନ ଓ ପ୍ରେରଣା ଦ୍ୱାରା ଏହା ସମ୍ଭବ ହୋଇ ପାରିଛି ଏବଂ ଆଗକୁ ଆହୁରି ଉତ୍ସାହିତ ହୋଇ କାମ କରିବାର ମାର୍ଗ ଅନୁସରଣ କରିବା ପାଇଁ ଡଃ ମିଶ୍ର ଆଶାପୋଷଣ କରିବା ସହିତ ସମସ୍ତଙ୍କୁ ସାଧୁବାଦ ଜଣାଇଛନ୍ତି ।