ବହୁମୂଲ୍ୟ ପାଲଟିଛି ଭାଇରାଲ୍ ଫଟୋ

ସମ୍ପ୍ରତି ଇଣ୍ଟର୍‌ନେଟ୍ ଅନେକ କିଛି ଅଜଣା କିଛି ଅଜବ ଘଟଣା ଭାଇରାଲ୍ ହେଉଥିବାର ଦେଖିବାକୁ ମିଳୁଛି । ନିକଟରେ ଭାଇରାଲ୍ ହୋଇଥିବା ଏକ ଫଟୋକୁ ଲୋକେ ବହୁମୂଲ୍ୟ ବୋଲି କହି ସେୟାର୍ କରିବାରେ ଲାଗିଛନ୍ତି । ଫଟୋଟି ହେଉଛି ଏକ ମେଟ୍ରୋ ଟ୍ରେନ୍ ଭିତରର । ସେଥିରେ ଦୁଇ ଜଣ ବରିଷ୍ଠ ନାଗରିକଙ୍କ ନିଚ୍ଛକ ଭଲପାଇବା ଦେଖିବାକୁ ମିଳିଛି । ଏହି ଫଟୋ ଏବେ ସୋସିଆଲ୍ ମିଡିଆରେ ଧୁମ୍ ମଚାଇଛି । ଫଟୋରେ ଦେଖିବାକୁ ମିଳିଛି ବୃଦ୍ଧା ଜଣଙ୍କ ତାଙ୍କ ପାଖରେ ବସିଥିବା ବୃଦ୍ଧଙ୍କୁ ଏକ ମଫ୍‌ଲର୍ ପିନ୍ଧାଇ ଦେଉଛନ୍ତି । ଫଟୋ ସମ୍ପର୍କରେ ନିର୍ଦ୍ଦିଷ୍ଟ ସୂଚନା ନଥିଲେ ବି ସେ ଦୁହେଁ ପତି-ପତ୍ନୀ ବୋଲି ଅନୁମାନ କରାଯାଉଛି । କେହି ବ୍ୟବହାରକାରୀ ଫଟୋଟିକୁ ଦେଖି “ପିକ୍‌ଚର୍ ଅଫ୍ ଡେ’ ବୋଲି କହିଥିବା ବେଳେ ଆଉ କେହି ‘ବାସ୍ତବ ପ୍ରେମ’ ବୋଲି ମତ ରଖିଛନ୍ତି । ଆହୁରି ଜଣେ ବ୍ୟବହାରକାରୀ ଏହାକୁ ଏଲ୍‌ଆଇସିର ବିଜ୍ଞାପନ ପାଇଁ ଉପଯୁକ୍ତ ବୋଲି ଲେଖିଛନ୍ତି । ଯାହାବି ହେଉ, ଫଟୋଟି କିନ୍ତୁ ସଭିଁଙ୍କ ମନ ମୋହିଛି । ପରିଣତ ବୟସରେ ଉଭୟ ଉଭୟଙ୍କର କିପରି ଭାବେ ସାଥ୍ ଦେବା ଉଚିତ ଫଟୋଟି ଅନେକଙ୍କୁ ଶିକ୍ଷା ଦେଉଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ