ଜାତୀୟ ସ୍ତରୀୟ ଚିତ୍ରାଙ୍କନ ପ୍ରତିଯୋଗିତାରେ କେନ୍ଦ୍ରାପଡ଼ା ଝିଅଙ୍କ କୃତିତ

କେନ୍ଦ୍ରାପଡା, (ଚିତ୍ତରଞ୍ଜନ ଦାସ) :-କେନ୍ଦ୍ରାପଡ଼ା ପୈାରାଞ୍ଚଳ ଅନ୍ତର୍ଗତ ୨୧ ନମ୍ବର ୱାର୍ଡର ଝିଅ ପୁଷ୍ପାଞ୍ଜଳୀ ମଲ୍ଲିକ ଜାତୀୟ ସ୍ତରୀୟ ଚିତ୍ରାଙ୍କନ ପ୍ରତିଯୋଗିତାରେ କୃତିତ୍ୱ ହାସଲ କରିଛନ୍ତି । ସେଣ୍ଟର ଫର ଏଜୁକେସନାଲ ଡେଭେଲପମେଣ୍ଟ ଆଣ୍ଡ ରିସର୍ଚ୍ଚ, ମହାରାଷ୍ଟ୍ର ପକ୍ଷରୁ ଏହି ପ୍ରତିଯୋଗିତା ସଞ୍ଚାର ମାଧ୍ୟମରେ ଅନୁଷ୍ଠିତ ହୋଇଥିଲା । ଏଥିରେ ପୁଷ୍ପାଞ୍ଜଳୀ ଏ-ଗ୍ରେଡ ପାଇଛନ୍ତି । ପୁଷ୍ପାଞ୍ଜଳୀ କୌଣସି ଅନୁଷ୍ଠାନରେ ବିଧିବଦ୍ଧ ଭାବେ ତାଲିମ ନେଇ ନାହାଁନ୍ତି । ସେ ଚିତ୍ର ଦେଖି ଘରେ ଆଙ୍କନ୍ତି । ଚିତ୍ର ଆଙ୍କିବା ତାଙ୍କର ଏକ ସଉକ ବୋଲି ସେ ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି । ପୁଷ୍ପାଞ୍ଜଳୀଙ୍କ ଏହି ସଫଳତା ପାଇଁ ତାଙ୍କୁ ବିଭିନ୍ନ ମହଲରୁ ଶୁଭେଚ୍ଛାର ଶୁଅ ଛୁଟିଛି । ପୁଷ୍ପାଞ୍ଜଳୀ ହେଉଛନ୍ତି କଜଳା ଗ୍ରାମର ସୁବାସ ଚନ୍ଦ୍ର ମଲ୍ଲିକ ଓ ଗୀତାଞ୍ଜଳୀ ମଲ୍ଲିକଙ୍କ କନ୍ୟା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ