ଜାନୁଆରୀ ପହିଲାରେ ବିଶ୍ୱ ପ୍ରାର୍ଥନା ଦିବସ

କେନ୍ଦ୍ରାପଡ଼ା, (ଚିତ୍ତରଞ୍ଜନ ଦାସ):ଏବେ ଯେଉଁ ସଙ୍କଟମୟ ସମୟ ଦେଇ ସମାଜ ଗତିକରୁଛି ତାହାର ପରିବର୍ତ୍ତନ ପାଇଁ ସମୁହ ପ୍ରାର୍ଥନା କରାଯିବା ନିତ୍ୟାନ୍ତ ଆବଶ୍ୟକ ବୋଲି ଗରାପୁରସ୍ଥିତ ଶିବାନନ୍ଦ ଆଶ୍ରମର ଅଧ୍ୟକ୍ଷା ଶ୍ରୀମା ଦିବ୍ୟ ସ୍ୱରୂପାନନ୍ଦ ସରସ୍ୱତୀ କହିଛନ୍ତି । ଦୀର୍ଘ ୫ବର୍ଷ ଧରି ଶ୍ରୀମାଙ୍କ ଉଦ୍ୟମରେ ପ୍ରତ୍ୟେକ ବର୍ଷ ଜାନୁଆରୀ ପହିଲାରେ ପାଳିତ ହୋଇ ଆସୁଥିବା ବିଶ୍ୱ ପ୍ରାର୍ଥନା ଦିବସ ବିଶ୍ୱ ଶାନ୍ତି ନିମନ୍ତେ ଉଦ୍ଦିଷ୍ଟ ବୋଲି ଶ୍ରୀମା କହିଛନ୍ତି । ବିଭିନ୍ନ ଧର୍ମ, ସମ୍ପ୍ରଦାୟ, ଆଧ୍ୟାତ୍ମିକ ଅନୁଷ୍ଠାନ ସମେତ ସମସ୍ତ ଶିକ୍ଷା ଅନୁଷ୍ଠାନ ଓ ପ୍ରତ୍ୟେକ ସରକାରୀ ଏବଂ ବେସରକାରୀ ଅନୁଷ୍ଠାନ ଗୁଡିକରେ ଏହି ବିଶ୍ୱ ପ୍ରାର୍ଥନା ଦିବସ ପାଳନ କରାଯିବାକୁ ଶ୍ରୀମା ନିବେଦନ କରିଛନ୍ତି । ସାରା ବିଶ୍ୱରେ ଶାନ୍ତି ପ୍ରତିଷ୍ଠା ନିମନ୍ତେ ସମସ୍ତେ ସମ୍ମିଳିତ ଭାବେ ଏଥିପାଇଁ ଉଦ୍ୟମ କରିବାକୁ ଶ୍ରୀମା ଅନୁରୋଧ କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ