ଜାନୁଆରୀ ଶେଷ ସପ୍ତାହରେ ଆରମ୍ଭ ହେବ ସର୍ବଭାରତୀୟ କିଶୋର ନାୟକ ମେମୋରିଆଲ କ୍ରିକେଟ ଟୁର୍ଣ୍ଣାମେଣ୍ଟ
ବନ୍ତ, (ଚାନ୍ଦିନୀ ମହାନ୍ତି):ବନ୍ତ ବ୍ଲକ ପୁରୁଷୋତ୍ତମପୁରସ୍ଥିତ ନେତାଜୀ ମିନି ଷ୍ଟାଡିୟମ ଠାରେ ୨୧ତମ ସର୍ବଭାରତୀୟ କିଶୋର ନାୟକ ମେମୋରିଆଲ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ ହେବା ନେଇ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ବନ୍ତସ୍ଥିତ ଶାନ୍ତି ୟୁଥ୍ କ୍ଲବ ଆନୁକୂଲ୍ୟରେ ଅନୁଷ୍ଠିତ ବୈଠକରେ ବିଭିନ୍ନ ପଞ୍ଚାୟତରୁ ଶତାଧିକ କ୍ରୀଡାପ୍ରେମୀ ଯୋଗ ଦେଇଥିଲେ । ପ୍ରାରମ୍ଭରେ ଟୁର୍ଣ୍ଣାମେଣ୍ଟ କମିଟିର ସଦସ୍ୟ ମାନେ କିଶୋର ନାୟକଙ୍କ ସ୍ମୃତି ଉଦ୍ଦେଶ୍ୟରେ ୨ ମିନିଟ୍ ନିରବ ପ୍ରାର୍ଥନା କରିଥିଲେ । ବୈଠକରେ ଟୁର୍ଣ୍ଣାମେଣ୍ଟର କ୍ରୀଡାସୂଚୀ, ଟିମ୍ ଯୋଗାଯୋଗ, ପଡିଆ ସାଜସଜା, ପାର୍କିଂ ବ୍ୟବସ୍ଥା, ଖେଳାଳୀ ରହିବା ବ୍ୟବସ୍ଥା, ଦର୍ଶକ ଗ୍ୟାଲେରୀ, ଖେଳାଳୀଙ୍କ ପ୍ୟାଭିଲନ, ବାରିକେଡ, ଅତିଥି ନିମନ୍ତ୍ରର ଭଳି ବହୁ ଗୁରୁତ୍ୱପୂର୍ଣ୍ଣ ବିଷୟ ଆଲୋଚନା ହୋଇଥିଲା । ଆସନ୍ତା ଜାନୁଆରୀ ଶେଷ ସପ୍ତାହରେ ଟୁର୍ଣ୍ଣାମେଣ୍ଟ ଆୟୋଜନ କରାଯିବା ଏବଂ ସର୍ବଭାରତୀୟ ସ୍ତରରୁ ୮ ଦଳକୁ ନେଇ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ ହେବ ବୋଲି ନିଷ୍ପତ୍ତି ହୋଇଥିଲା ।