ଜାନୁଆରୀ ୧ରେ ଟିଲୋ ସେଲ୍ଫି ପଏଣ୍ଟରୁ ଆରମ୍ଭ ହେବ ମାରାଥନ

ବନ୍ତ, (ଚାନ୍ଦିନୀ ମହାନ୍ତି):୨୦୨୩ ଜାନୁଆରୀ ୧ରେ ବନ୍ତ ବ୍ଲକର ଅର୍ଦ୍ଧାଧିକ ପଞ୍ଚାୟତର ଯୁ୍‌ବଗୋଷ୍ଠୀ, ବୁଦ୍ଧିଜୀବି, ସାମାଜିକ ସଙ୍ଗଠକ ଓ ବିଭିନ୍ନ ପଦବୀରେ ଥିବା ଲୋକ ମାନଙ୍କୁ ନେଇ ଏକ ସୁନ୍ଦର ଢଙ୍ଗରେ ୩ୟ ମିନି ମାରାଥନ ଅନୁଷ୍ଠିତ ହେବା ନେଇ ବନ୍ତସ୍ଥିତ ଜଳ ସେଚନ କାର୍ଯ୍ୟାଳୟ ଡାକବଙ୍ଗଳା ଠାରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଟିଲୋ ସେଲ୍ଫି ପଏଣ୍ଟ ଠାରୁ ବନ୍ତସ୍ଥିତ ଐତିହାସିକ ଢିଗି ପୋଖରୀ ପର୍ଯ୍ୟନ୍ତ ଏହି ମିନି ମାରାଥନ ଅନୁଷ୍ଠିତ ହେବ । ଏନେଇ ଯୁବ ଆଇନଜୀବି ପରମେଶ୍ୱର ବାରିକଙ୍କ ଆବାହକତ୍ୱ ତଥା ପୂର୍ବତନ ବ୍ଲକ ଅଧ୍ୟକ୍ଷ ହରମୋହନ ବେହେରାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ବୈଠକରେ ପୂର୍ବତନ ସରପଞ୍ଚ କିଶୋର କିଙ୍କର ପଢିଆରୀ, ରମାକାନ୍ତ ରାଉତ, ପ୍ରଶାନ୍ତ ବେହେରା, ନିହାରିକା ରାଉତ, ପଧାନପଡା ସରପଞ୍ଚ ଗଜେନ୍ଦ୍ର ସେଠୀ, ଦୁଲ୍ଲା ଖାଁ, ଟିଲୋ ଆଥଲେଟିକ୍ ଆସୋସିଏସନର ସଭାପତି ଇଂ.ଲକି ମାଷ୍ଟର ସ୍ୱାଇଁ, ଓଡିଶା ନବ ନିର୍ମାଣ କୃଷକ ମଞ୍ଚର ଜିଲା ସଭାପତି ତ୍ରିଲୋଚନ ପଣ୍ଡା, ରମେଶ ଜେନା, ପ୍ରଣବ କିଶୋର ଲେଙ୍କା, ଫାଲ୍‌ଗୁନି ରାଉତ, ରମାକାନ୍ତ ପାଣିଗ୍ରାହୀ, ୟାକତ୍ ଅଲ୍ଲୀ, ସୁଧାଂଶୁ ମହାନ୍ତି, ବସନ୍ତିଆ ସମବାୟ ସମିତିର ସଭାପତି ବସନ୍ତ ବେହେରା, ନିରଞ୍ଜନ ମଲ୍ଲିକ, ଆଲୋକ ରାଉତ, ପବିତ୍ର ପୃଷ୍ଟି, ଗଣେଶ ବିଶ୍ୱାଳ, ବାବାଜି ଜେନା, ଅଶୋକ ଦାସ, ଅରୂପାନନ୍ଦ ଧଳ, ସୁବାସ ସ୍ୱାଇଁ, ମାଧବ ବିଶ୍ୱାଳଙ୍କ ସମେତ ୧୦ରୁ ୧୫ ପଞ୍ଚାୟତର ରାଜନୈତିକ ନେତୃତ୍ୱ୍‌, ଯୁବଗୋଷ୍ଠୀ ମାନେ ଯୋଗ ଦେଇଥିଲେ । ଏହି ବିଶାଳ ଗଣଦୈାଡର ସଫଳ ରୂପାୟନ ପାଇଁ ସମସ୍ତଙ୍କର ସହଯୋଗ ଓ ସହଭାଗିତା କାମନା କରାଯାଇଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ