ଜାଭିୟର ସ୍କୁଲରେ ଯୋଗ ପ୍ରତିଯୋଗିତା

କେନ୍ଦ୍ରାପଡା, (ଚିତ୍ତରଞ୍ଜନ ଦାସ) : ଯୋଗାସନର ଅନେକ ଗୁଡିଏ ଉପକାରିତା ରହିଛି । ଏହା ମଣିଷକୁ ସୁସ୍ଥ ଓ ନିରାମୟ ରଖିବା ସହିତ ତା ଭିତରେ ଥିବା ଐଶ୍ୱରିକ ଶକ୍ତିକୁ ଜାଗ୍ରତ କରାଇଥାଏ ବୋଲି ବିଶିଷ୍ଟ ଆଧ୍ୟାତ୍ମିକ ଗୁରୁ ତଥା ଗରାପୁର ସ୍ଥିତ ଶିବାନନ୍ଦ ଆଶ୍ରମର ମୁଖ୍ୟ ଶ୍ରୀମା ସ୍ୱାମୀ ଦିବ୍ୟ ସ୍ୱରୁପାନନ୍ଦ ସରସ୍ୱତୀ ଜାଭିୟର ସ୍କୁଲ ପକ୍ଷରୁ ଅନୁଷ୍ଠିତ ରାଜ୍ୟ ସ୍ତରୀୟ ଯୋଗ ପ୍ରତିଯୋଗୀତାର ପୁରସ୍କାର ବିତରଣୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ପିଲାମାନଙ୍କୁ ପରାମର୍ଶ ଦେଇଥିଲେ । ସ୍କୁଲର ଅଧ୍ୟକ୍ଷ ନିରଞ୍ଜନ ବେହେରା ଯୋଗ ଶିକ୍ଷା ଦ୍ୱାରା ଶାରିରୀକ ଓ ମାନସିକ ଉନ୍ନତି ଘଟେ ବୋଲି କହିଥିଲେ । ଉତ୍ସବରେ ମୁଖ୍ୟବକ୍ତା ଭାବେ ଜିଲ୍ଲା କ୍ରୀଡା ଅଧିକାରୀ ଲୋକନାଥ ପାଣିଗ୍ରାହୀ ଯୋଗର କର୍ମମାଳା ଓ ଯୋଗର ରହସ୍ୟ ସମ୍ପର୍କରେ ମତବ୍ୟକ୍ତ କରିଥିଲେ । ଯୋଗ ଗୁରୁ ସଞ୍ଜୟ ମଥାନ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ଯୋଗ ପ୍ରତିଯୋଗୀତାର କୃତି ପ୍ରତିଯୋଗୀମାନଙ୍କୁ ପୁରସ୍କୃତ କରାଯାଇଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ