ନାଉଗାଁରେ ଫୁଟିଲା ବ୍ରହ୍ମ କମଳ
ନାଉଗାଁ, (ଯୁଗାବ୍ଦ ନ୍ୟୁଜ) : ନାଉଗାଁ ବ୍ଲକ ନୁଆଗାଁ ପଂଚାୟତ ଅନ୍ତର୍ଗତ ଖଇରାବସ୍ତ ଗାଁର ସୁବ୍ରତ କୁମାର ରାୟ ଏକ ବ୍ରହ୍ମ କମଳ ଫୁଲ ଗଛ ନିଜ ବାଡିରେ ଲଗାଇ ପ୍ରତ୍ୟହ ପୂଜାର୍ଚ୍ଚନା କରୁଥିଲେ । ବୁଧବାର ସଂଧ୍ୟାରେ ଫୁଲ ଗଛଟିରେ ୨ଟି ଫୁଲ ଫୁଟି ଥିବା ଦେଖିବାକୁ ମିଳିଛି । ଏନେଇ ସ୍ଥାନୀୟ ଅଂଚଳରେ ଖବର ପ୍ରଚାରିତ ହେବା ପରେ ଶ୍ରୀ ରାୟଙ୍କ ଘରେ ଲୋକାରଣ୍ୟ ହୋଇଥିଲା । ସେହିପରି ଗୋଠଦାସ୍ଥିତ ଗୋଠଦା ମଠ ପରିସରରେ ଥିବା ବ୍ରହ୍ମ କମଳ ଗଛରେ ଏକ ଫୁଲ ଫୁଟିଥିବା ଦେଖିବାକୁ ମିଳିଛି ।


