ଜାମଦାର ଶତାଧିକ ଶ୍ରମିକଙ୍କୁ ୟୁଏସ୍ଆଇ ସଂଗଠନ ପକ୍ଷରୁ ବିଭିନ୍ନ ସରବତ ବଣ୍ଟନ
ରାଇରଙ୍ଗପୁର, (ଅକ୍ଷ୍ୟ କୁମାର ବିଶ୍ୱାଳ) :-ମୟୂରଭଞ୍ଜ ଜିଲ୍ଲା ବାମନଘାଟୀ ଉପଖଣ୍ଡ ଜାମଦା ବ୍ଲକରେ ଶତାଧିକ ବିଭିନ୍ନ ଶ୍ରମିକଙ୍କ ମଧ୍ୟରେ ପଥର ଖାଦାନରେ ପଥର ଫଟାଉ ଥିବା ଶ୍ରମିକଙ୍କୁ, ପଥର ଲୋଡ଼ିଂ କରି ଦୂରକୁ ନେଉଥିବା ଗାଡ଼ି ଚାଳକଙ୍କୁ, ଘର ନିର୍ମାଣ କରୁଥିବା ମିସ୍ତ୍ରୀ, ରେଜା ଓ କୁଲି, ଜାମଦା ପୋଲିସ୍ କର୍ମଚାରୀଙ୍କ ନିକଟକୁ ଯାଇ ଦହି ସରବତ, ଲେମ୍ବୁ ସରବତ, ଓ.ଆର୍.ଏସ୍,ଛତୁଆ ସରବତ, ଘୋଳ ଦହି, ବେଲପଣା ୟୁଏସ୍ଆଇ ସଂଗଠନ ମୟୂରଭଞ୍ଜ ପକ୍ଷରୁ ବଣ୍ଟନ କରାଯାଇଛି |ସଂଗଠନର ସଂଯୋଜକ ପ୍ରଶ୍ନ କୁମାର ଶତପଥୀ ବାମନଘାଟୀ ସଂଯୋଜକ ମୋହନ ମୁର୍ମୁଙ୍କ ଉପସ୍ଥିତିରେ ବିଭିନ୍ନ ପଥର ଖାଦାନ ବୁଲି ବୁଲି,ଘର ନିର୍ମାଣ ହେଉଥିବା ସ୍ଥାନ କୁ ଯାଇ ସରବତ ବଣ୍ଟନ କରିଥିଲେ |ମନୋଜ କୁମାର ମହାନ୍ତି, କିଶୋର କୁମାର ବେହେରା, ଦୀପକ କୁମାର ମହାନ୍ତି, ମନୋଜ ମଣ୍ଡଳ, କାଣ୍ଡସର ଗ୍ରାମର ଲକ୍ଷ୍ମୀଧର ପାତ୍ର, ଲାଲୁବାବୁ, ବିର୍ସା କଣ୍ଡାଙ୍କେଲ୍, ଆସମାନ ମୁଣ୍ଡା, ସୋନା ସର୍ଦ୍ଦାର, ପରଦାନ କାଲୁଣ୍ଡିଆ, ବାଲେ ନାଏକ, ବତୀ କାଲୁଣ୍ଡିଆ ସହଯୋଗ କରିଥିଲେ | ଶ୍ରମିକମାନେ ଦହି ସରବତ ପାନ କରି ଏ ସବୁର ଆୟୋଜକଙ୍କୁ ଆନନ୍ଦିତ ହୋଇ ଧନ୍ୟବାଦ ଦେଇଥିବା ବେଳେ ଏସବୁ ସରବତରେ ଭୃଷଙ୍ଗା ପତ୍ର, ତୁଳସୀ ପତ୍ର, ପଦିନା ପତ୍ର, ବେଲ ପତ୍ର ମିଶ୍ରିତ ସରବତର ଉପକାରିତା ଉପରେ ସଂଗଠନର ସଂଯୋଜକ ପ୍ରଶ୍ନ କୁମାର ଶତପଥୀ ଶ୍ରମିକମାନଙ୍କୁ କହିଥିଲେ |