ଜାମଦା ଆର୍ ଡ଼ି ଓ ପିଡବ୍ଲ୍ୟୁ ରାସ୍ତା ପାଲୋଟିଛି ଗାଡ଼ିଆ,ମରାମତି ପାଇଁ ଦାବି

ରାଇରଙ୍ଗପୁର, (ଅକ୍ଷୟ କୁମାର ବିଶ୍ୱାଳ):ମୟୂରଭଂଜ ଜିଲ୍ଲା ଜାମଦା ବ୍ଲକର ସୁନାମରା ଛକ ରୁ ଜାମଦା ହାଟପଡ଼ିଆ ରାସ୍ତାଟି ମରାମତି ଅଭାବରୁ ଖଣ୍ଡିଆଖାବରା ହେବା ସହ ସ୍ଥାନେସ୍ଥାନେ ଜଳାଶୟମାନ ହେଇଥିବାର ଦେଖିବାକୁ ମିଳିଛି |ଜାମଦା ବ୍ୟାଙ୍କ ଅଫ ଇଣ୍ଡିଆ ଦେଇ ଆସିଥିବା ଆର୍ ଡ଼ି ଓ ପିଡବ୍ଲ୍ୟ ରାସ୍ତାରେ ପାଣି ଜମି ରହୁଥିବା ଯୋଗୁଁ ରାସ୍ତାଟି ଗାଡ଼ିଆରେ ପରିଣତ ହେଇଛି |ଫଳରେ ଦୈନିକ ଯାତାୟାତ କରୁଥିବା ବସ୍,ଛୋଟବଡ଼ ଯାନ,ବାଇକ୍ ଟାଳକ,ବିଦ୍ୟାର୍ଥୀଗଣ ନାହିଁ ନ ଥିବା ଅସୁବିଧାରେ ସମ୍ମୁଖିନ ହେଉଥିବାର ନଜିର ରହିଛି |ନିକଟରେ ଜାମଦା ପଞ୍ଚାୟତ,ଆର୍ ଆଇ ଅଫିସ୍,ଅଳ୍ପ ଦୂରରେ ଜାମଦା ବ୍ଲକ,ଡାକ୍ତରଖାନା,ବିଭିନ୍ନ ଶିକ୍ଷାନୁଷ୍ଠାନ ରହିଥିବା ସତ୍ତ୍ବେ ରାସ୍ତାଟି ମରାମତି ନ ହେବା ଅତ୍ୟନ୍ତ ପରିତାପର ବିଷୟ |ପ୍ରଶାସନ ଏଥିପ୍ରତି ନଜର ଦେବାକୁ ଜନସାଧାରଣରେ ଦାବି ହେଉଛି |

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ