ଜାମଦା ବ୍ଲକର ଅପାରଗ ବିଡ଼ିଓ ହଟାଅ ଅଭିଯାନରେ ସର୍ବଦଳୀୟ ବୈଠକ
ରାଇରଙ୍ଗପୁର,(ଅକ୍ଷୟ କୁମାର ବିଶ୍ୱାଳ):ମୟୂରଭଂଜ ଜିଲ୍ଲାର ସିମାନ୍ତ ଜାମଦା ବ୍ଲକର ପ୍ରଗତି ଅପାରଗ ବିଡ଼ିଓ କାଲୁ ମାଝୀଙ୍କ ଯୋଗୁଁ ହୋଇ ପାରୁନାହିଁ । ତେଣୁ ଜାମଦା ବ୍ଲକ ପରିସରରେ କଂଗ୍ରେସ, ବିଜେଡି, ବିଜେପି, ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚା ସମେତ ଏକ ସର୍ବଦଳୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି ।ଜାମଦା ବ୍ଲକରେ କୋଟି କୋଟି ଟଙ୍କା ପଡ଼ିରହିଛି, ବିଡ଼ିଓ ଜନ ପ୍ରତିନିଧି ମାନଙ୍କୁ ସମ୍ମାନ ଦେଉ ନାହାନ୍ତି କି ପଚାରୁ ନାହାଁନ୍ତି,କୋଭିଡ ସମୟରେ ଟିଏମସିରେ ଖାଦ୍ୟ ବଣ୍ଟନ ଅଭିଯୋଗ,ନିଜ ଅନୁଗତ ଠିକାଦାର ଙ୍କୁ କାମ ଦେବା ପଛରେ ଭିତ୍ତି ରହସ୍ୟ, ହିତାଧିକାରୀ ମାନଙ୍କୁ ଦେଖା ନ ଦେବା ଓ ତାଙ୍କ କଥା ନ ବୁଝିବା , ଦୁର୍ନୀତିରେ ଲିପ୍ତ ହେବା ଗୁରୁତର ଅଭିଯୋଗ କରାଯାଇଥିଲା ବୈଠକରେ ।ଏହାକୁ ନେଇ ଗତ ମାସ ୮ ତାରିଖରେ ରାଇରଙ୍ଗପୁର ଗସ୍ତରେ ଆସିଥିବା ଜିଲ୍ଲାପାଳଙ୍କୁ ପଞ୍ଚାୟତ ସମିତି ସଦସ୍ୟ ଏବଂ ବିଭିନ୍ନ ରାଜନୈତିକ ଦଳ ଲିଖିତ ଅଭିଯୋଗ କରିଥିଲେ । ତୁରନ୍ତ ବିଡ଼ିଓଙ୍କୁ ସ୍ଥାନାନ୍ତର କରାଯାଉ ।ହେଲେ ସପ୍ତାହେ ସରିଲା ଅଥଚ ଜିଲ୍ଲା ପ୍ରଶାସନ କିଛି ଶୁଣିଲା ନାହିଁ । ତେଣୁ ପୁନର୍ବାର ବାଧ୍ୟ ହୋଇ ସର୍ବ ଦଳୀୟ ବୈଠକ ବସିଥିଲା। ବୈଠକ ରେ ସର୍ବସମ୍ମତିକ୍ରମେ ନିଷ୍ପତ୍ତି ହେଇଥିଲା ଯେ ଆଗାମୀ ୮ଦିନ ମଧ୍ୟରେ ବିଡ଼ିଓ ହଟାଅ କାର୍ଯ୍ୟକାରୀ ନ ହେଲେ ଆଗକୁ ବ୍ଲକରେ ତାଲା ପଡିବା ସହ ଅନଶନରେ ବସିବେ ।