ଜାମୁଗାଁ ପଂଚାୟତରେ ଦୁର୍ନୀତି ଅଭିଯୋଗ

ନାଉଗାଁ, (ଓ୍ବାଇଏନ୍ଏସ୍):ନାଉଗାଁ ବ୍ଳକ ଅନ୍ତର୍ଗତ ଜାମୁଗାଁ ପଂଚାୟତର ସମାଜସେବୀ ଦିଲ୍ଲିପ ପାଢୀ ଉକ୍ତ ପଂଚାୟତରେ ବିଭିନ୍ନ ଦୁର୍ନିତି ହୋଇଥିବାକୁ ନେଇ ୬ ଦଫା ଦାବି ସମ୍ବଳିତ ଏକ ଦାବିପତ୍ର ବିଡିଓ ରଶ୍ମିରେଖା ମଲ୍ଲିକଙ୍କୁ ଗତ ୮ ତାରିଖରେ ପ୍ରଦାନ କରିଥିଲେ । ଉକ୍ତ ଦାବି ଉପରେ ତଦନ୍ତ କରାନଗଲେ ଆସନ୍ତା ମାର୍ଚ୍ଚ ମାସ ୧ ତାରିଖରେ ବିଡିଓଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଆମରଣ ଅନଶନରେ ବସିବେ ବୋଲି ଚେତାବନୀ ଦେଇଥିଲେ । ଉକ୍ତ ଦାବି ଗୁଡିକ ଉପରେ ତଦନ୍ତ ନହେବାରୁ ଅନଶନରେ ବସିବେ ବୋଲି ମଙ୍ଗଳବାର ଲିଖିତ ଭାବେ ନାଉଗାଁ ବିଡିଓଙ୍କ ସମେତ ଜଗତସିଂହପୁର ଜିଲ୍ଲାପାଳ, ପ୍ରକଳ୍ପ ନିଦ୍ଦେର୍ଶକ, ନାଉଗାଁ ଥାନା ଆଇଆଇସି,ନାଉଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ଅଧିକ୍ଷକଙ୍କୁ ଜଣାଇଥିବା ଅଭିଯୋଗ ପତ୍ର ଦର୍ଶାଯାଇଛି । ସୂଚନା ମୁତାବକ ୬ଟି ଦାବି ଗୁଡିକ ମଧ୍ୟରେ ଅନ୍ତୋଦୟ ଯୋଜନା, ବାର୍ଦ୍ଧକ୍ୟ ଭତା, ଫନି ବାତ୍ୟାରେ ଆସାଧୁ ଉପାୟରେ ଅର୍ଥ ନିଆଯାଇଥିବାକୁ ନେଇ ଅଭିଯୋଗରେ ଦର୍ଶାଯାଇଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ