ଜାମୁଗାଁ ପଂଚାୟତରେ ଦୁର୍ନୀତି ଅଭିଯୋଗ

ନାଉଗାଁ, (ଓ୍ବାଇଏନ୍ଏସ୍):ନାଉଗାଁ ବ୍ଳକ ଅନ୍ତର୍ଗତ ଜାମୁଗାଁ ପଂଚାୟତର ସମାଜସେବୀ ଦିଲ୍ଲିପ କୁମାର ପାଢୀ ଉକ୍ତ ପଂଚାୟତରେ ବିଭିନ୍ନ ଦୁର୍ନିତି ହୋଇଥିବା ଓ ଏହାର ତଦନ୍ତ ହୋଇ ନଥିବାରୁ ବ୍ଳକ କାର୍ଯ୍ୟାଳୟ ସମ୍ମୁଖରେ ସୋମବାର ଆମରଣ ଅନଶନରେ ବସି ରହିଛନ୍ତି । ଶ୍ରୀ ପାଢୀ ଗତ ଫେବୃଆରୀ ୮ତାରିଖରେ ପଂଚାୟତରେ ହୋଇଥିବା ବିଭିନ୍ନ ଦିର୍ନୀତି ସଂପର୍କରେ ୬ ଦଫା ଦାବି ସମ୍ବଳିତ ଏକ ଦାବିପତ୍ର ବିଡିଓ ରଶ୍ମିରେଖା ମଲ୍ଲିକଙ୍କୁ ପ୍ରଦାନ କରିଥିଲେ । ଉକ୍ତ ଦାବି ଉପରେ ତଦନ୍ତ କରା ନଗଲେ ଆସନ୍ତା ମାର୍ଚ୍ଚ ୧ ତାରିଖରେ ବିଡିଓଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଆମରଣ ଅନଶନରେ ବସିବେ ବୋଲି ଚେତାବନୀ ଦେଇଥିଲେ । ଦାବି ଗୁଡିକ ମଧ୍ୟରେ ଉକ୍ତ ପଂଚାୟତରେ ଅନ୍ତୋର୍ଦୋୟ ଯୋଜନା,ବାର୍ଦ୍ଧକ୍ୟ ଭତା, ଫନି ବାତ୍ୟା ସହାୟତା ଆଦିରେ ଆସାଧୁ ଉପାୟରେ ଅର୍ଥ ନେଇଥିବା ଓ ଏହାର ତଦନ୍ତ କରାଯାଇ ଆଇନାନୁଯାୟୀ କାର୍ଯ୍ୟନୁଷ୍ଠାନ ଗ୍ରହଣ କରିବାକୁ ସେ ଦାବି କରିଥିଲେ । କିନ୍ତୁ ଉକ୍ତ ଦାବି ଗୁଡିକ ଉପରେ ତଦନ୍ତ ନହେବାରୁ ସେ ଆମରଣ ଅନଶନରେ ବସିଥିବା ଜଣାଯାଇଛି । ଅନ୍ୟପଟରେ ବ୍ଲକ ପ୍ରଶାସନ ପକ୍ଷରୁ ବରିଷ୍ଠ କିରାଣୀ ସିର୍ଦ୍ଧାଥ ଦାସ ଓ ଜିଲ୍ଲା ପରିଷଦ ସଭ୍ୟ ସୁବଳ ବେହେରା ଶ୍ରୀ ପାଢୀଙ୍କୁ ଭେଟି ଆଲୋଚନା କରିଥିଲେ ମଧ୍ୟ ଶ୍ରୀ ପାଢୀ ଅନଶନରୁ ଓହରି ନଥିବା ଜଣାଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ