ଜାମୁଝରୀ ଗ୍ରାମ୍ୟ ପାନୀୟ ଜଳଯୋଗାଣ ପ୍ରକଳ୍ପ ଉଦ୍ଘାଟିତ

ଭୁବନେଶ୍ୱର (ଜୁଗାବ୍ଦ ନ୍ୟୁଜ୍‍): ପୁରା ଗାଁକୁ ପାଇପ୍ ଦ୍ୱାରା ପାନୀୟ ଜଳ । ପାଣି ପାଇଁ ଗ୍ରାମବାସୀଙ୍କୁ ଆଉ ଡ଼ହଳ ବିକଳ ହେବାକୁ ପଡ଼ିବ ନାହିଁ । ଗ୍ରାମବାସୀଙ୍କ ବହୁବର୍ଷର ସ୍ୱପ୍ନକୁ ପୂରଣ କରିଛନ୍ତି ରାଜ୍ୟ ସରକାର । ଏ ହେଉଛି ରାଜଧାନୀ ଉପକଣ୍ଠ ଛତାବର ପଞ୍ଚାୟତ ଅଧିନସ୍ଥ ଜାମୁଝରୀ ଗାଁର କଥା । ରାଜ୍ୟ ସରକାରଙ୍କ ବସୁଧା ଯୋଜନାରେ ପ୍ରକଳ୍ପଟି ଉଦ୍ଘାଟିତ ହୋଇଯାଇଛି । ଏଥିରେ ପୂର୍ବତନ ବିଧାୟକ ବିଭୂତି ଭୂଷଣ ବଳବନ୍ତରାୟ, ଛତାବର ସରପଞ୍ଚ ମନସ୍ୱିନୀ ମିଶ୍ର ଡେଙ୍ଗ, ଜଟଣୀ ବ୍ଲକ ଅକ୍ଷକ୍ଷ ବନଜା ଜେନା, ଉପାଧ୍ୟକ୍ଷ ଅମିୟ ପ୍ରସାଦ ଦଳେଇ, ପୂର୍ବତନ ସରପଞ୍ଚ ବିଷ୍ଣୁପ୍ରସାଦ ଡ଼େଙ୍ଗ, ୱାର୍ଡ଼ ସଭ୍ୟା ଅହଲ୍ୟା ସେଠୀ, ନାଏବ ସରପଞ୍ଚ ଚୈତନ୍ୟ ବେହେରା ଓ ଗ୍ରାମବାସୀଙ୍କ ଉପସ୍ଥିତିରେ ପାନୀୟ ଜଳ ପ୍ରକଳ୍ପଟି ଉଦ୍ଘାଟିତ ହୋଇଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ