ଜାମୁମାଲ ଆଶ୍ରମ ସ୍କୁଲରେ ପିଏପି ବୈଠକ

ଜମନକିରା, (ଯୁଗାବ୍ଦ ନ୍ୟୁଜ):ଜମନକିରା ବ୍ଲକ ବଡ଼ମାଳ ପଞ୍ଚାୟତ ଜାମୁମାଲ ଆଶ୍ରମ ସ୍କୁଲରେ ” ଅଭିଭାବକ ଆମର ଅଂଶୀଦାର ” ର ସଭା ଅନୁଷ୍ଠିତ ହୋଇଯାଇଛି l ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ବିଷ୍ନୁଚରଣ ଧାନ ସଭା ପରିଚାଳନା କରିବା ସହିତ ବିଦ୍ୟାଳୟର ବିବରଣୀ ପଠନ କରିଥିବାବେଳେ, ଏହି ସଭାରେ ଆଇ. ଟି. ଡିଏ କୁଚିଣ୍ଡା ସ୍ପେଶାଲ ଅଫିସର ଶ୍ରୀଯୁକ୍ତ ସୂର୍ଯ୍ୟନାରାୟଣ ତ୍ରିପାଠୀ, ବ୍ଲକ ସମ୍ପ୍ରସାରଣ ଅଧିକାରୀ ଅଶ୍ୱିର୍ଯ୍ୟ କୁମାର ନାଏକ, ମୋ ବିଦ୍ୟାଳୟ ଅଭିଯାନର ସଭାପତି ବିପିନ ବିହାରୀ ପଟେଲ, ଏସ. ଏମ. ସି ର ସଭାପତି ପ୍ରଶାନ୍ତ ବରିହା ମୁଖ୍ୟ ଅତିଥିଭାବେ ମଂଚାସୀନ ହୋଇଥିଲେ l ବ୍ଲକ ସମ୍ପ୍ରସାରଣ ଅଧିକାରୀ ଶ୍ରୀ ନାୟକ ସରକାରଙ୍କ ତରଫରୁ ମିଳୁଥିବା ସମସ୍ତ ସୁବିଧା ବାବଦରେ ଅଭିଭାବକଙ୍କୁ ସୂଚାଇଥିଲେ l ଏହି ସଭାରେ ଡିପାର୍ଟମେଣ୍ଟ ଅଫ ଭେଟନାରୀ,ଏଫ. ଏସ ଓ ସି. ବି, ଫିସରୀ, ହର୍ଟିକଲଚର, ଏଗ୍ରିକଲଚର, ଆଇ. ସି. ଡି. ଏସ, ଓ. ଏଲ. ଏମ, ମନରେଗା, ଓ ହେଲଥ ସଂସ୍ଥା ପକ୍ଷରୁ ଷ୍ଟଲ ଲଗାଯାଇଥିବା ବେଳେ ବିଦ୍ୟାଳୟରେ ଛାତ୍ରଛାତ୍ରୀଙ୍କ ଦ୍ୱରା ଝୁଟି, ରଙ୍ଗୋଲି, ଡ୍ରଇଁ, ଇତ୍ୟାଦି ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା l ଏହି କାର୍ଯ୍ୟକ୍ରମକୁ ବିଦ୍ୟାଳୟର ସହକାରୀ ଶିକ୍ଷକ କ୍ଷୀରୋଦ ଚନ୍ଦ୍ର ନାଏକ, ସରୋଜ କୁମାର ପଟେଲ, ସୁନୀଲ କୁମାର ନାଗ,ତାପସ୍ୱନୀ ମାଝୀ, ଏବଂ ବିଦ୍ୟାଳୟ କର୍ମକର୍ତ୍ତା ମହେଶ୍ୱର କାଲୋ, ରୋହିତ ନାଏକ, କୈଳାସିନୀ ନାଏକ, ରାଇବାରୀ ମୁଣ୍ଡା ପ୍ରମୁଖ ସହଯୋଗ କରିଥିଲେ l ଶେଷରେ ବିଦ୍ୟାଳୟର ସହକାରୀ ଶିକ୍ଷକ କ୍ଷୀରୋଦ ଚନ୍ଦ୍ର ନାୟକ ଧନ୍ୟବାଦ ଅର୍ପଣ କରିଥିଲେ l

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ