ଜାମ୍ମୁରେ କାର ବିଷ୍ପୋରଣ : କାର ଚୁରମାର
ହମଲା ପରେ ହମଲା । ପୁଲୱାମା ଆକ୍ରମଣ ଘଟଣା ଦେଶବାସୀଙ୍କ ମନରୁ ପାସୋରୀ ନଥିବା ବେଳେ ଆଜି ପୁଣୀ ଥରେ ଜାମ୍ମୁ କାଶ୍ମୀର ର ସୁରକ୍ଷା କର୍ମୀଙ୍କ କନଭୟ ନିକଟରେ କାର ବିଷ୍ପୋରଣ ହୋଇଛି । ଏହା ସହ ସିଆରପିଏଫର ଏକ ବସ ସାମାନ୍ୟ କ୍ଷତିଗ୍ରସ୍ତ ହୋଇଛି । ବିଷ୍ପୋରଣ ର ଭୟାବହ ଭୟାନକ ଥିବାରୁ କାରଟି ସଂପୂର୍ଣ୍ଣ ଚୁରମାର ହୋଇଯାଇଛି । କାର ଟି ସିଲିଣ୍ଡର ଦ୍ୱାରା ଚଳନ ହେଉଥିବାରୁ ଗ୍ୟାସ ସିଲିଣ୍ଡର ଫାଟି ଏହି ଘଟଣା ଘଟିଥିବା ଅନୁମ।।ନ କରାଯାଉଛି । ଘଟଣା ସ୍ଥଳରେ ସୁରକ୍ଷା ବାହିନୀ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି । ଆଜି ସକାଳେ ଜମ୍ମୁ –କାଶ୍ମୀର ର ରାମବନ ଜିଲ୍ଲା ବନିହାଲ ଜାତୀୟ ରାଜପଥ ଦେଇ ଏକ କାର ଅତିକ୍ରମ କରିଥିଲା ଏହି ପରେ ସେହି ରାସ୍ତାରେ ସୁରକ୍ଷାକର୍ମୀଙ୍କ କନଭୟ ଯାଉଥିଲା ଠିକ ଏହି ସମୟରେ ଦୂର୍ଘଟଣା ଘଟିଥିଲା । ଏହି ଦୂର୍ଘଟଣାରେ କେହି ମଧ୍ୟ ମୃତାହତ ହୋଇଥିବା ଖବର ଜଣାପଡିନାହିଁ ।