ଜାମ୍ମୁ କାଶ୍ମୀର ଯିବେ ୩୬ ଜଣ କେନ୍ଦ୍ରମନ୍ତ୍ରୀ

ନୂଆଦିଲ୍ଲୀ:- ଧାରା ୩୭୦ ଉଛେଦ ପରେ କେନ୍ଦ୍ରଶାସିତ ଅଞ୍ଚଳର ସର୍ବାଙ୍ଗୀନ ଉନ୍ନତି ପାଇଁ କେନ୍ଦ୍ର ସରକାର ଗ୍ରହଣ କରୁଥିବା ପଦକ୍ଷେପଗୁଡ଼ିକ ସଂକ୍ରାନ୍ତରେ ଲୋକମାନଙ୍କୁ ଅବଗତ କରାଇବା ପାଇଁ ଚଳିତ ମାସ ୨୪ ତାରିଖରେ ୩୬ ଜଣ କେନ୍ଦ୍ରମନ୍ତ୍ରୀ ଉଭୟ କେନ୍ଦ୍ରଶାସିତ ଅଞ୍ଚଳର ବିଭିନ୍ନ ଜିଲ୍ଲା ଗସ୍ତ କରିବାର କାର‌୍ୟ୍ୟସୂଚୀ ରହିଛି। ସ୍ୱରାଷ୍ଟ୍ର ବିଭାଗ ରାଷ୍ଟ୍ର ମନ୍ତ୍ରୀ ଜି. କିଶନ୍ ରେଡ୍ଡୀ ଜାମ୍ମୁ ଓ କାଶ୍ମୀରର ମୁଖ୍ୟ ସଚିବ ବିଭିଆର ସୁବ୍ରମଣିଅମ ଏହି ଗସ୍ତ ସମ୍ପର୍କରେ ପତ୍ର ଲେଖି ଅବଗତ କରାଇଛନ୍ତି । କେନ୍ଦ୍ର ମନ୍ତ୍ରିମଣ୍ଡଳର ସମସ୍ତ ସଦସ୍ୟ ଜାମ୍ମୁ-କାଶ୍ମୀର ଗସ୍ତ କରିବାପାଇଁ ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ୍ ଶାହ ଇଚ୍ଛା ପ୍ରକାଶ କରିଥିବାର ରେଡ୍ଡୀ କହିଛନ୍ତି । ମିଶିଥିବା ସୂଚନାଅନୁସାରେ ଏହି ମନ୍ତ୍ରୀସ୍ଥରୀୟ ଦଳ ଜମ୍ମୁକୁ ୫୧ ଥର ଓ ଶ୍ରୀନଗରକୁ ୮ ଥର ଗସ୍ତ କରିବେ ବୋଲିଜଣାପଡିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ