ଜାଲ୍ ଶିକ୍ଷକକୁ ସୁରକ୍ଷା ଦେବାକୁ ଯାଇ ସାମ୍ବାଦିକଙ୍କ ବିରୁଦ୍ଧରେ ମିଥ୍ୟା ଅଭିଯୋଗ ଆଣିଲେ ଶିକ୍ଷୟିତ୍ରୀ
କୋଦଳା: ଗଂଜାମ ଜିଲ୍ଲାରେ ଏବେ ଜାଲ୍ ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ନେଇ ୪ ମାସ ହେଲା ଧରପଗଡ଼ ଜାରି ରହିଥିବା ବେଳେ ଜିଲ୍ଲାର ବେଗୁନିଆପଡ଼ା ବ୍ଳକରୁ ଏକ ଅଭିନବ ଘଟଣା ସାମ୍ମାକୁ ଆସିଛି। ବ୍ଲକର ମଂଗଳପୁର ପ୍ରାଥମିକ ବିଦ୍ୟାଳୟର ପରମାନନ୍ଦ ସାହୁ ନାମକ ଜଣେ ଶିକ୍ଷକ ଜାଲ୍ ଅଭିଯୋଗ ଆସିବା ପରେ ଏବଂ ସେ ଡାକ ଯୋଗେ ଇସ୍ତଫା ପତ୍ର ଦେଇ ଫେରାର ହେବା ପରେ ସାମ୍ବାଦିକ ସୁଶାନ୍ତ କୁମାର ପଟ୍ଟନାୟକ ଉକ୍ତ ସ୍କୁଲକୁ ଯାଇଥିଲେ ଖବର ସଂଗ୍ରହ ଓ ବିଦ୍ୟାଳୟର ଫଟୋ ଉତ୍ତୋଳନ କରିବା ପାଇଁ। ତେବେ ସେଠାରେ କାର୍ୟ୍ୟରତ ଶିକ୍ଷୟିତ୍ରୀ ଲକ୍ଷ୍ମୀପ୍ରିୟା ବେହେରା ସେତେବେଳେ କ୍ଲାସ ଛାଡି ବିଦ୍ୟାଳୟ ହତାରେ ଭିଡିଓ କଲ୍ କରି କଥା ହେଉଥିବା ଦେଖିବାକୁ ମିଳିଥିଲା ଏବଂ ସାମ୍ବାଦିକ ବିଦ୍ୟାଳୟର ଫଟୋ ଉଠାଇବା ସମୟରେ ସେ ବିରୋଧ କରିଥିଲେ। ସାମ୍ବାଦିକଙ୍କୁ ପରିଚୟ ପତ୍ର ମାଗିବାରୁ ସାମ୍ବାଦିକ ଦେଖାଇବା ବେଳେ ହଠାତ୍ ସାମ୍ବାଦିକଙ୍କ ଭିଡିଓ ଓ ଫଟୋ ଉତ୍ତୋଳନ କରିବାକୁ ଲାଗିଲେ ଶିକ୍ଷୟିତ୍ରୀ। ଏହାପରେ କାହା ଆଦେଶରେ ତମେ ଆସିଛ କହି ବିଭିନ୍ନ ପ୍ରକାରର ଅଶୋଭନୀୟ ଆଚରଣ କରିଥିଲେ ବୋଲି କହିଛନ୍ତି ସାମ୍ବାଦିକ।ଏପରିକି ତମ ନାମରେ ମିଛ କେଶ୍ ଦେଇ ଫସାଇଦେବି ବୋଲି ଧମକ ଦେଇଥିଲେ ଶିକ୍ଷୟିତ୍ରୀ। ଉଭୟଙ୍କ ମଧ୍ୟରେ ଯୁକ୍ତି ତର୍କ ହେବା ସମୟରେ ସେହି ସମୟରେ ସେହି ବିଦ୍ୟାଳୟର ଏକ କୋଠରୀରେ ଚାଲିଥିବା ଅଂଗନବାଡି କେନ୍ଦ୍ରର କର୍ମୀ ବିଜୟଲକ୍ଷ୍ମୀ ଦାସ ମଧ୍ୟ ଘଟଣା ସ୍ଥଳରେ ପହଞ୍ଚି ବୁଝାସୁଝା କରିଥିଲେ। ଘଟଣା ସ୍ଥଳରୁ ହିଁ ସିଆରସିସି କୃଷ୍ଣ ଚନ୍ଦ୍ର ଦୋରା ଓ ବିଇଓ କମଳାକାନ୍ତ ସାହୁଙ୍କୁ ସାମ୍ବାଦିକଙ୍କୁ ଦୁର୍ବ୍ୟବହାର ଓ ଖବର ସଂଗ୍ରହରେ ଶିକ୍ଷୟିତ୍ରୀ ବାଧା ସୃଷ୍ଟି କରୁଛନ୍ତି ବୋଲି ଫୋନ୍ ଯୋଗେ ଅବଗତ କରାଇଥିଲେ ସାମ୍ବାଦିକ। ଏହାପରେ ବିଇଓ ଶିକ୍ଷୟିତ୍ରୀଙ୍କୁ ବୁଝାସୁଝା କରିବି ବୋଲି କହିଥିଲେ ଏବଂ ସିଆରସିସି ପହଞ୍ଚି ଶିକ୍ଷୟିତ୍ରୀ ଓ ସାମ୍ବାଦିକଙ୍କୁ ବୁଝାଇଥିଲେ। ଏହାପରେ ଘଟଣା ସ୍ଥଳରୁ ସାମ୍ବାଦିକ ଫେରି ଆସିଥିଲେ। ତେବେ ଏହାପରେ ଆକ୍ରୋଶ ମୂଳକ ଭାବେ ସାମ୍ବାଦିକଙ୍କ ନାମରେ ହତ୍ୟା ଧମକ, ଅଶ୍ଲିଳ ବ୍ୟବହାର, ବଟି ମାଗିବା ଭଳି ଉଦେଶ୍ୟ ମୂଳକ ଭାବେ ବହୁ ମିଥ୍ୟା ଅଭିଯୋଗ ସ୍ଥାନୀୟ ବିଇଓ, ଡିଇଓକଂ ସମେତ ବହୁ ପଦାଧିକାରୀ ମାନକୁଂ ଲିଖିତ ଅଭିଯୋଗ କରିଥିଲେ ଶିକ୍ଷୟିତ୍ରୀ। କୌଣସି ପ୍ରମାଣ ନଥାଇ ଏଭଳି ଆକ୍ରୋଶ ମନୋଭାବରେ ଅଭିଯୋଗ ଆଣିଥିବା କହିଛନ୍ତି ସାମ୍ବାଦିକ ସୁଶାନ୍ତ। ଘଟଣାଟି ୨୦୧୯ ଡିସେମ୍ବର ୨୦ ତାରିଖର ହୋଇଥିବା ବେଳେ ଶିକ୍ଷୟିତ୍ରୀଙ୍କ ଅଭିଯୋଗର କପି କାର୍ୟ୍ୟାଳୟରୁ ଲିକ୍ ହୋଇ ଏବେ ସୋସିଆଲ ମିଡିଆରେ ଭାଇରାଲ୍ ହେବାକୁ ଲାଗିଛି ।ଯାହାକୁ ନେଇ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି ସାମ୍ବାଦିକ। ଯଥାଶୀଘ୍ର ଘଟଣାର ତଦନ୍ତ କରି ଶିକ୍ଷୟିତ୍ରୀ ଆଣିଥିବା ଅଭିଯୋଗର ପ୍ରମାଣିତ କରିବା ପାଇଁ ସେ ଆହ୍ବାନ କରିଛନ୍ତି। ଏନେଇ ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ ସମେତ ଜିଲ୍ଲା ଶିକ୍ଷା ଅଧିକାରୀ, ଜିଲ୍ଲାପାଳ, ଆରକ୍ଷୀ ଅଧିକ୍ଷକ, ଗଣ ଶିକ୍ଷା ମନ୍ତ୍ରୀ, ଶିକ୍ଷା ସଚିବ ଓ ମୁଖ୍ୟମନ୍ତ୍ରୀଙ୍କୁ ଲିଖିତ ଅଭିଯୋଗ କରିଛନ୍ତି ସାମ୍ବାଦିକ ସୁଶାନ୍ତ ଏବଂ ତାଙ୍କର ସମ୍ମାନରେ ହାନି ହୋଇଥିବାରୁ ମାନହାନୀ ମୋକଦ୍ଦମା ରୁଜୁ କରିବାକୁ ମଧ୍ୟ ଚେତାବନୀ ଦେଇଛନ୍ତି। ତେବେ ଶିକ୍ଷୟିତ୍ରୀ କାହିଁକି ଏଭଳି ଅଭିଯୋଗ ଆଣିଲେ ଏବଂ ତାଙ୍କ ପାଖରେ କି ପ୍ରମାଣ ଅଛି ସେ ନେଇ ତାଙ୍କୁ ଯୋଗାଯୋଗ କରାଯାଇଥିଲେ ମଧ୍ୟ ସେ ଛୁଟିରେ ଥିବାରୁ ଯୋଗାଯୋଗ ସମ୍ଭବ ହୋଇ ପାରିନାହିଁ। ସାମ୍ବାଦିକ ମାନେ ବିଭିନ୍ନ ସମୟରେ ସତ ଉପସ୍ଥାପନ କରିବାକୁ ଯାଇ ଏଭଳି ମିଥ୍ୟା ଅଭିଯୋଗରେ ଛନ୍ଦି ହେଉଥିବାରୁ ଏହି ଘଟଣାର ନିରପେକ୍ଷ ତଦନ୍ତ କରି ଆଇନଗତ କାର୍ୟ୍ୟାନୁଷ୍ଠାନ ନେବାକୁ ଦାବି କରିଛନ୍ତି କୋଦଳା ସାମ୍ବାଦିକ ସଂଘ ।