ଜାଲ୍ ସାର୍ଟିଫିକେଟ ଦେଇଥିବା ପ୍ରଧାନ ଶିକ୍ଷକଙ୍କ ଉପରେ କାର୍ଯ୍ୟନୁଷ୍ଠାନ ଶୂନ
କୋଦଳା: (ଗୁଲସନ୍ କୁମାର କର) ବେଗୁନିଆପଡ଼ା ବ୍ଳକର ଚନ୍ଦନପୁର ପଞ୍ଚାୟତ ଏମ ନୂଆଁପଲୀ ରତ୍ନ ଉଚ୍ଚ ବିଦ୍ୟାଳୟରେ କାର୍ୟ୍ୟରତ ପ୍ରଧାନ ଶିକ୍ଷକ ଜାଲ ଜାତିଗତ ପ୍ରମାଣପତ୍ର ଦେଇ ବିଇଡିରେ ନାମ ଲେଖାଇବା ସହ ନିଯୁକ୍ତି ପାଇଥିବା ଅଭିଯୋଗ ହୋଇଥିବା ନେଇ ଜିଲ୍ଲାର ନାଗରିକ ସୁରକ୍ଷା ଓ ଅଧିକାର ମଞ୍ଚ ପକ୍ଷରୁ ସୂଚନା ଅଧିକାର ତଥ୍ୟ ଆଧାରରେ ଏହି ଜାଲିଆତିର ପର୍ଦ୍ଦାଫାଶ ହୋଇଥିଲା। ଏମ ନୂଆଁପଲୀ ରତ୍ନ ଉଚ୍ଚ ବିଦ୍ୟାଳୟରେ କାର୍ୟ୍ୟରତ ପ୍ରଧାନ ଶିକ୍ଷକ ପୂର୍ଣଚନ୍ଦ୍ର ଜେନାଙ୍କ ଘର ତାଳସରରେ ଏବଂ ସେ ଖଣ୍ଡାୟତ ଜାତିର ଅଟନ୍ତି। ତେବେ ବିଇଡିରେ ନାମ ଲେଖାଇବା ବେଳେ ସେ ଏସ.ଟି ଜାତିର ଜାଲ୍ ସାର୍ଟିଫିକେଟ ଦାଖଲ କରିଥିଲେ । ତେବେ ଜାଲ ସାର୍ଟିଫିକେଟ ଆଧାରରେ ସେ ଦୀର୍ଘ ୧୨ ବର୍ଷ ଧରି କାର୍ୟ୍ୟ କରି ଆସୁଥିବା ଅଭିଯୋଗ ହୋଇଛି । ଏବଂ ପରେ ନିଯୁକ୍ତି ପାଇଥିବା ସମ୍ପର୍କରେ ସମସ୍ତ ପ୍ରମାଣ ସହିତ ୧୬ ଫେବୃୟାରୀ ୨୦୧୯ ରେ ଗଂଜାମ ଜିଲ୍ଲା ଶିକ୍ଷା ଅଧିକାରୀ ସନାତନ ପଣ୍ଡାଙ୍କ ନିକଟରେ ଅଭିଯୋଗ କରାଯାଇଥିଲା। ତେବେ ଏଯାଏଁ ହୋଇନି କାର୍ୟ୍ୟାନୁଷ୍ଠାନ। ଶିକ୍ଷକଙ୍କ ଦିଗରେ ତୁରନ୍ତ କାର୍ୟ୍ୟାନୁଷ୍ଠାନ କରାନଗଲେ ହାଇକୋର୍ଟରେ ମାମଲା ରୁଜୁ କରାଯିବ ବୋଲି ମଞ୍ଚର ଜିଲ୍ଲା ସଭାପତି ସମରଜିତ ମହାନ୍ତି ପ୍ରତିକ୍ରିୟା ପ୍ରକାଶ କରିଛନ୍ତି ।