ଜାହାଜ ରେ ଚାଲିଛି କୋଟି କୋଟି ଟଙ୍କାର କୋକେନ ବ୍ୟବସାୟ

ପାରାଦୀପ, (ପିତବାସ ପ୍ରଧାନ):ଜଳପଥ ସାଜିଛି ନିଶା ବେପାରୀଙ୍କ ଭୂସ୍ୱର୍ଗ। ଗୁରୁବାର ବିଳମ୍ବିତ ରାତିରେ ପାରାଦ୍ବୀପ ବନ୍ଦର ର ପିଆଇସିଟି ବର୍ଥ ରେ ଲାଗିଥିବା MV DEBI PANAMA ଜାହାଜ ରୁ ୨୨ କେଜି ର କୋକେନ ଜବତ ପରେ ଏହି ଘଟଣା ଆସିଛି ସାମ୍ନାକୁ। ଜାହାଜ ଟି ସ୍ପେନ ରୁ ଇଣ୍ଡୋନେସିଆ ଦେଇ ପାରାଦ୍ଵୀପ ଆସିଥିଲା ଏବଂ ପାରାଦ୍ଵୀପ ରୁ ଷ୍ଟିଲ ପ୍ଲେଟ ନେଇ ଡେନମାର୍କ ଯାଇଥାନ୍ତା । ଜାହାଜ ର ଜଣେ କର୍ମଚାରୀ ସେଠାରେ ଡିୟୁଟି କରୁଥିବା ସିକ୍ୟୁରିଟି ଗାର୍ଡ ଜରିଆ ରେ ପୋଲିସ କୁ ଖବର ଦେଇଥିଲେ l ଖବର ପାଇ ପୋଲିସ ଚଢ଼ାଉ କରିବା ପରେ ସିଆଇଏସଏଫ ଓ କଷ୍ଟମ୍ସ ବିଭାଗ କୁ ଖବର ଦିଆଯାଇଥିଲା l ପରେ କଷ୍ଟମ୍ସ ଓ ସିଆଇଏସଏଫ ଘଟଣା ସ୍ଥଳ ରେ ପହଞ୍ଚି ଘଟଣା ର ଯାଞ୍ଚ କରିବା ସହିତ ସନ୍ଧାନୀ କୁକୁର ସହାୟତା ରେ ଛାନଭିନ କରିଥିଲେ l ଗତକାଲି ରାତିରେ ଆଠ ଟି ପ୍ୟାକେଟ ଜବତ କରିବା ସହିତ ଜାହାଜ କୁ ସୁରକ୍ଷା ବଳୟ ମଧ୍ୟରେ ରଖାଯାଇଥିଲା l ଆଜି ସକାଳୁ ପୁନର୍ବାର ଜାହାଜ ରେ ଯାଞ୍ଚ କରାଯିବା ସହିତ ୧୪ ଗୋଟି କୋକେନ ପ୍ୟାକେଟ ଜବତ କରାଯାଇଥିଲା l ମୋଟ ୨୨ ଟି ପ୍ୟାକେଟ ରେ ୨୩ କେଜି କୋକେନ ଥିବାବଳେ ଏହାର ମୁଲ୍ୟ 222 କୋଟି ଟଙ୍କା ହେବ ବୋଲି କଷ୍ଟମ୍ସ ବିଭାଗ ପ୍ରକାଶ କରିଛି l ତେବେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା , ଗୋଟିଏ ଜାହାଜ ବନ୍ଦର ରେ ପ୍ରବେଶ ପୂର୍ବରୁ ପ୍ରଥମେ ବନ୍ଦରର ଆଙ୍କରେଜ ରେ ରୁହେ , ସେଠାରେ ପାଖାପାଖି ଅଠରଟି ବିଭାଗର ଯାଞ୍ଚ ପ୍ରକ୍ରିୟା ଶେଷ ହେବା ପରେ ବର୍ଥ କୁ ଆସିଥାଏ । ଏତେ ଯାଞ୍ଚ ପକ୍ରିୟା ପରେ ମଧ୍ଯ ଓଡିଶା ପୋଲିସ ପକ୍ଷରୁ ଏତେ ପରିମାଣର କୋକେନ ଜବତ ହେବା ସମସ୍ତ ଙ୍କୁ ଆଶ୍ଚର୍ଯ୍ୟ କରିଛି। ଏହି ୧୮ ରୁ ଉର୍ଦ୍ଧ୍ବ ବିଭାଗ ଯାଞ୍ଚ ସମୟରେ ଏହି କୋକେନ ପ୍ୟାକେଟ ଦେଖିନଥିଲେ ନା ଦେଖି ମଧ୍ଯ ଏହି କଳା ବ୍ୟବସାୟରେ ସମ୍ପୃକ୍ତ ରହିଥିଲେ ତାହା ହି ପ୍ରଶ୍ନବାଚୀ ସୃଷ୍ଟି କରିଛି। ପାରାଦ୍ଵୀପ ବନ୍ଦର ଇତିହାସ ରେ ଏହା ପ୍ରଥମ କୋକେନ ବାହାରିବା ଘଟଣା, ଏହା ପୂର୍ବରୁ ମଧ୍ଯ ଏହିପରି କୋଟି କୋଟି ଟଙ୍କାର କୋକେନ ବ୍ୟବସାୟ ଚାଲିଥିଲା ବୋଲି ସନ୍ଦେହ ଉପୁଜିଛି। ତେବେ କଷ୍ଟମ୍ସ ବିଭାଗ ପକ୍ଷରୁ ଜାହାଜ ବ୍ୟାରିକେଡ କରି ରଖାଯାଇଥିବା ବେଳେ ଜାହାଜ ର କ୍ୟାପଟେନ ସମେତ ଜାହାଜ ର ସମସ୍ତ ୨୨ ଜଣ କ୍ରିୟୁ ଙ୍କୁ ପଚରା ଉଚରା ଜାରି ରହିଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ