ଜାହାନିଆଁ ପୀର ପୂଜକ ଙ୍କ ପରଲୋକ

ନିମାପଡ଼ା, (ସନ୍ତୋଷ ଦାଶ):ପୁରୀ ଜିଲ୍ଲା ଅସ୍ତରଙ୍ଗ ଉପକୂଳ ର ପ୍ରସିଦ୍ଧ ପର୍ଯ୍ୟଟନସ୍ଥଳୀ ପୀର ଜାହାନିଆଁ ପୀଠ ର ମୁଖ୍ୟ ପୂଜକ ତଥା ବିଶିଷ୍ଟ ବ୍ୟକ୍ତି, ପାଟଳଦା ଗ୍ରାମ ପଞ୍ଚାୟତ ର ପୂର୍ବତନ ସରପଞ୍ଚ ଶତାୟୁ ପୁରୁଷ ଜମିଦାର ଫର୍କୁନ ଅଲ୍ଲୀ ସାହାଙ୍କ ମୃତ୍ୟୁ ଘଟିଛି । ମୃତ୍ୟୁ ବେଳକୁ ତାଙ୍କୁ ୧୦୦ ବର୍ଷ ହୋଇଥିଲା। ସେ ସେ ସମୟ ରେ ମାଟ୍ରିକ ପାଠ ପଢିଥିଲେ ମଧ୍ୟ ସାଙ୍ଗ ପୂର୍ବତନ ମନ୍ତ୍ରୀ ସୁରେନ୍ଦ୍ର ନାଥ ନାୟକ, ପୂର୍ବତନ ବିଧାୟକ ବୈକୁଣ୍ଠ ସ୍ବାଇଁଙ୍କ ସହ ମିଶି ରାଜନୀତିରେ ପ୍ରବେଶ କରିଥିଲେ। ତାଙ୍କର ବିଶେଷ ଲୋକପ୍ରିୟତା ଥିବାରୁ ରାଜନୀତି ଛାଡ଼ି ଲୋକମାନଙ୍କ ସେବାରେ ନିଜକୁ ନିୟୋଜିତ କରିଥିଲେ । ଅମାପ ଧନ ସଂପତ୍ତି ଥିଲେ ମଧ୍ୟସେ କେବେ ଗର୍ବ ଅନୁଭବ କରିନଥିଲେ। ଶ୍ରୀ ଅଲ୍ଲୀ ଶାହା ପିରଜାହାନିଆ ଙ୍କର ମୁଖ୍ୟ ପୂଜକ ଥିଲେ। ତାଙ୍କ ମୃତ୍ୟୁ ଖବର ପ୍ରଚାରିତ ହେବା ପରେ ମନ୍ତ୍ରୀ ତୁଷାରକାନ୍ତି ବେହେରା,ଜିଲ୍ଲା ପରିଷଦ ଉପାଧ୍ୟକ୍ଷ ସ୍ଵାଧୀନ କୁମାର ନାୟକ ପ୍ରମୁଖ ତାଙ୍କ ବାସଭବନ ରେ ପହଂଚି ତାଙ୍କ ଶେଷ ଦର୍ଶନ କରିଥିଲେ । ପୂର୍ବତନ ମନ୍ତ୍ରୀ ଶ୍ରୀ ସୁରେନ୍ଦ୍ର ନାଥ ନାୟକ ତାଙ୍କ ନିଜ ବାଲ୍ୟବନ୍ଧୁଙ୍କ ମୃତୁ ଖବର ଜାଣିଲା ପରେ ସେ ଖୁବ୍ ମର୍ମାହତ ହେବା ସହ ତାଙ୍କ ପରିବାର କୁ ଗଭୀର ସମବେଦନା ଜଣାଇଛନ୍ତି। ତାଙ୍କ ନିଜ ଗ୍ରାମ ସୁଧିକେଶ୍ୱର (ବଳଭଦ୍ରପୁର) ଗ୍ରାମ ଦାଣ୍ଡରେ ତାଙ୍କ ମର ଶରୀର କୁ ଗ୍ରାମବାସୀଙ୍କ ଶେଷ ଦର୍ଶନପାଇଁ ରଖାଯିବା ପରେ ବେଳାଭୂମି ସାହିତ୍ୟ ସଂସଦର କର୍ମକର୍ତ୍ତା ମାନେ ମରଶରୀର କୁ ସମ୍ମାନ ଜଣାଇଥିଲେ। ନିଜ ବାସସ୍ଥାନ ନିକଟ ଏକ ସ୍ଥାନରେ ତାଙ୍କ ପରିବାର ବନ୍ଧୁ ବାନ୍ଧବ ସହ ସାଧାରଣ ଜନତାଙ୍କ ଉପସ୍ଥିତିରେ କବର ଦିଆ ଯାଇଥିଲା । ତାଙ୍କ ମୃତୁରେ ଅସ୍ତରଙ୍ଗ ଓ କାକଟପୁର ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ