ଜିଓ-ଆର୍କମ୍ ଡିଲ୍ ଲାଗି ଟେଲିକମ୍ ସଚିବଙ୍କୁ ପତ୍ର

ନୂଆଦିଲ୍ଲୀ, (ଏଜେନ୍ସି): ଆର୍ଥିକ ସଙ୍କଟର ସମ୍ମୁଖିନ ହୋଇଥିବା ରିଲାଏନ୍ସ କମ୍ୟୁନିକେସନ୍ (ଆର୍କମ୍)ର ମାଲିକ ଅନିଲ ଅମ୍ବାନୀ ବଡ଼ ଭାଇ ମୁକେଶ ଅମ୍ବାନୀଙ୍କ ଠାରୁ ସାହାଯ୍ୟ ମିଳିବାର ଆଶା ଛାଡ଼ି ନାହାଁନ୍ତି । ତାଙ୍କ କମ୍ପାନୀ ଆର୍କମ୍ ଟେଲିକମ୍ ସେକ୍ରେଟାରୀ ଅରୁଣା ସୁନ୍ଦରାଜନ୍ଙ୍କୁ ରିଲାଏନ୍ସ ଜିଓ ସହିତ ଆର୍କମ୍ର ହୋଇଥିବା ଡିଲ୍ରେ ଟେଲିକମ୍ ବିଭାଗ ନିଜ ନୋ ଅବ୍ଜେକ୍ସନ ସାର୍ଟିଫିକେଟ୍ (ଏନ୍ଓସି) ଜାରି କରିଛି । ପ୍ରକାଶ ଯେ ସୁପ୍ରିମକୋର୍ଟ ଅନିଲ୍ ଅମ୍ବାନୀକୁ ଏରିକ୍ସର ବକେୟା ପରିଷୋଧ ନକରିବା ସ୍ଥଳେ ଜେଲ୍ ପଠାଇବାକୁ ଚେତାବନୀ ଦେଇଛନ୍ତି । ଟେଲିକମ୍ ସେକ୍ରେଟେରୀଙ୍କ ନାମରେ ଫେବ୍ରୁଆରୀ ୨୮ରେ ଲେଖିଥିବା ଏକ ପତ୍ରରେ ଆର୍କମ୍ ଗତ ସପ୍ତାହରେ ଟେଲିକମ୍ ଡିସ୍ପ୍ୟୁଟ୍ ସେଟେଲ୍ମେଣ୍ଟ ଆଣ୍ଡ ଅପିଲେଟ୍ ଟ୍ରିବ୍ୟୁନାଲ୍ (ଟିଡିଏସ୍ଏଟି)କୁ ଜାରି ଆଦେଶ ସମ୍ବନ୍ଧରେ ଦର୍ଶାଇ ସ୍ପଷ୍ଟ କରାଯାଇଛି ଯେ ସ୍ପେକ୍ଟ୍ରମ ସହିତ ସମ୍ବନ୍ଧିତ ଗତ ବକେୟା ତାହାର ବିକ୍ରେତାର ଦାୟିତ୍ୱ, କ୍ରେତାର ନୁହେଁ । ଏହି ମାମଲାରେ ଆର୍କମ୍ ବିକ୍ରେତା ହୋଇଥିବା ବେଳେ ଜିଓ କ୍ରେତା ଅଟେ । ଟେଲିକମ୍ ଟ୍ରିବ୍ୟୁନାଲ୍ ଡିପାର୍ଟମେଣ୍ଟ ଅଫ୍ ଟ୍ରିବ୍ୟୁନାଲ୍ ଠାରୁ ଆର୍କମ୍ର ସ୍ପେକ୍ଟ୍ରମ ବିକ୍ରି ପାଇଁ ଜିଓ ସହିତ ହୋଇଥିବା ଡିଲ୍ ସମ୍ବନ୍ଧରେ ବିଚାର କରିବାକୁ କହିଥିଲେ । ସେ ଆହୁରି ମଧ୍ୟ କହିଥିଲେ ଯେ ଯେପର୍ଯ୍ୟନ୍ତ ସ୍ପେକ୍ଟ୍ରମ ଟ୍ରେଡ଼ିଂ ଡିଲ୍ ସମ୍ପୂର୍ଣ୍ଣ ନହୁଏ, ସେ ପର୍ଯ୍ୟନ୍ତ ଜିଓକୁ ଗତ ବକେୟା ପାଇଁ ଦାୟୀ କରାଯାଇପାରିବନି । ସୂଚନାନୁସାରେ ଯଦି ଟେଲିକମ୍ ବିଭାଗ ଜିଓ ସହିତ ଆର୍କମ୍ର ସ୍ପେକ୍ଟ୍ରମ ବିକ୍ରି ଡିଲ୍କୁ ମାନ୍ୟତା ନଦିଏ, ତେବେ ଅନିଲ୍ ଅମ୍ବାନୀଙ୍କ କମ୍ପାନୀ ଅତିଶୀଘ୍ର ସୁପ୍ରିମ କୋର୍ଟର ଦ୍ୱାରସ୍ଥ ହେବାର ସମ୍ଭାବନା ରହିଛି । କାହିଁକି ନା ଏହାକୁ ଟେଲିକମ୍ ଟ୍ରିବ୍ୟୁନାଲ୍ର ଆଦେଶ ଭାବେ ବଡ଼ ଆଶ୍ୱସ୍ତି ମିଳିଛି । ଅନିଲ୍ଙ୍କ ବଡ଼ ଭାଇ ମୁକେଶ ଅମ୍ବାନୀଙ୍କ କମ୍ପାନୀ ରିଲାଏନ୍ସ ଜିଓ ଯେତେବେଳେ ଆରକମ୍ର ଗତ ବକେୟା ପାଇଁ ଦାୟୀ ନୁହେଁ ବୋଲି ଦର୍ଶାଇଥିଲା ସେତେବେଳେ ଟେଲିକମ୍ ବିଭାଗ ଆରକମ୍ ସହିତ ତାହାର ଡିଲ୍କୁ ସ୍ୱୀକୃତି ଦେବାକୁ ମନା କରିଥିଲେ । ଏହାପରେ ଆର୍କମ୍ ସ୍ପେକ୍ଟ୍ରମ ବିକ୍ରିର ନିୟମ ବ୍ୟାଖ୍ୟା ପାଇଁ ଟେଲିକମ୍ ଟ୍ରିବ୍ୟୁନାଲ୍ର ଦ୍ୱାରସ୍ଥ ହୋଇଥିଲେ । ସ୍ପେକ୍ଟ୍ରମ ସମ୍ବନ୍ଧିତ ୨,୯୪୭କୋଟଇ ଟଙ୍କାର ବକେୟା ଆର୍କମ୍ ଓ ଜିଓର ଡିଲ୍ ମଧ୍ୟରେ ବାଧକ ସାଜିଛି । ପ୍ରକାଶ ଯେ ସୁପ୍ରିମକୋର୍ଟ ଏରିକ୍ସନକୁ ବକେୟା ପେମେଣ୍ଟ ନକରିବା ମାମଲାରେ ଫେବ୍ରୁଆରୀ ୨୦ର ଆଦେଶରେ ଅନିଲ୍ ଧିରୁଭାଇ ଅମ୍ବାନୀ (ଏଡ଼ିଏଜି) ଗ୍ରୁପ୍ର ମାଲିକଅନିଲ୍ ଅମ୍ବାନୀଙ୍କୁ ୪ସପ୍ତାହର ସମୟ ଦେଇଥିଲେ । ଏଥିରେ ସର୍ବୋଚ୍ଚ ନ୍ୟାୟାଳୟ କହିଥିଲେ ଯେ ଯଦି ଧାର୍ଯ୍ୟ ସମୟ ମଧ୍ୟରେ ବକେୟା ପରିଷୋଧ ନକରାଯାଏ ତେବେ ତାଙ୍କୁ ଜେଲ୍ ଯିବାକୁ ହେବ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ