ଜିଓ ଲାଗି ବର୍ବାଦ ହେଲା ଆରକମ
ନୂଆଦିଲ୍ଲୀ, (ଏଜେନ୍ସି): ଦେଶର ସବୁଠାରୁ ଧନୀ ବ୍ୟକ୍ତି ମୁକେଶ ଅମ୍ବାନୀଙ୍କ ଭାଇ ଅନୀଲ ଅମ୍ବାନୀଙ୍କୁ ଲଗାତାର ଭାବେ ଅନେକ ଖରାପ ସ୍ଥିତିର ସମ୍ମୁଖିନ ହେବାକୁ ପଡ଼ୁଛି । ଅନ୍ୟପକ୍ଷରେ ମୁକେଶ ଅମ୍ବାନୀ ଧନୀ ହେବାରେ ଲାଗିଛନ୍ତି । ଅନିଲ ଅମ୍ବାନୀଙ୍କ ଉପରେ ସ୍ୱିଡେନ୍ର ଟେଲିକମ୍ କମ୍ପାନୀ ଏରିକ୍ସନ୍ର ୫୫୦କୋଟି ଟଙ୍କା ବକେୟା ରହିଛି । ଯେଉଁଥିପାଇଁ କମ୍ପାନୀ ତାଙ୍କ ଉପରେ ମୋକଦ୍ଦମା ଦାଏର କରିଛି । ଏହି ମାମଲାରେ ସେ କୋର୍ଟରେ ଉପସ୍ଥିତ ହୋଇ କହିଥିଲେ ଯେ କମ୍ପାନୀର ସମ୍ପତ୍ତି ନିଜ ବଡ଼ ଭାଇ ମୁକେଶ ଅମ୍ବାନୀଙ୍କ ରିଲାଏନ୍ସ ଜିଓକୁ୨୩ହଜାର କୋଟି ଟଙ୍କାରେ ବିକ୍ରି କରିବା ଡିଲ୍ ଫେଲ୍ ହୋଇଯାଇଛି । ଏପରିସ୍ଥଳେ ତାଙ୍କ କମ୍ପାନୀ କେବେ ଆର୍ଥିକ ସଙ୍କଟରୁ ବାହାରି ପାରିବ ସେନେଇ ସନ୍ଦେହ ସୃଷ୍ଟି ହୋଇଛି । ଦୂରସଂଚାର କ୍ଷେତ୍ରରେ ମୁକେଶ ଅମ୍ବାନୀଙ୍କ କମ୍ପାନୀ ଜିଓ ଆସିବା ଦ୍ୱାରା (ସେପ୍ଟେମ୍ବର ୨୦୧୬) ଆର୍କମ୍କୁ ଅନେକାଂଶରେ କ୍ଷତି ସହିବାକୁ ପଡ଼ିଥିଲା । ଅନୀଲ ଅମ୍ବାନୀଙ୍କ କମ୍ପାନୀ ଉପରେ ୪୭ହଜାର କୋଟି ଟଙ୍କାର ଋଣ ରହିଛି । ନିକଟରେ ଫେବ୍ରୁଆରୀ ୧ରେ କମ୍ପାନୀକୁ ଦେବାଳିଆ ଘୋଷିତ କରିବା ପାଇଁ ସେ ଆବେଦନ କରିଥିଲେ । ଏରିକ୍ସନର ବକେୟା ପରିଷୋଧ କରାନଯିବା କାରଣରୁ ସେ କୋର୍ଟରେ ଉପସ୍ଥିତ ହୋଇଥିଲେ । ସୁପ୍ରିମକୋର୍ଟର ଆଦେଶ ପେର ୫୫୦ କୋଟି ଟଙ୍କା ପରିଷୋଧ ନକରିବା କାରଣରୁ ଏରିକ୍ସନ ଅନିଲ୍ ଅମ୍ବାନୀଙ୍କ ଉପରେ ବକେୟା ରାଶି ପରିଶୋଧ କରିବା ପର୍ଯ୍ୟନ୍ତ ଅନିଲ ଅମ୍ବାନୀକୁ ଗିରଫ କରିବା ପାଇଁ ଆବେଦନ କରିଥିଲେ । ଏଥିପାଇଁ ସେ ବ୍ୟକ୍ତିଗତ ଗ୍ୟାରେଣ୍ଟି ନେଇଥିଲେ । ଆର୍କମ୍ ବୁଡ଼ିବା ପଛରେ ଅନେକ ଅସଫଳ ଡିଲ୍ ମଧ୍ୟ ବଡ଼ କାରଣ ରହିଥିଲା । କମ୍ପାନୀ ଆର୍ଥିକ ବର୍ଷ ୨୦୧୦ରେ ଜିଟିଏଲ୍ ଇନ୍ଫ୍ରା ଠାରୁ ୫୦ହଜାର ଟଙ୍କା ଡିଲ୍ ପଡ଼ିରହିଥିଲା । ହେଲେ ତଥାପି ଅମ୍ବାନୀ ୩ଜି, ଅଣ୍ଡର ସି କେବୁଲ ଓ ନେଟ୍ୱାର୍କର ବିସ୍ତାର ପାଇଁ ନିବେଶ ଜାରି ରଖିଥିଲା । ଏହାପରେ ଆର୍ଥିକ ବର୍ଷ ୨୦୧୭ରେ କମ୍ପାନୀର ଏୟାର୍ସେଲ୍ ସହିତ ବିଲୟର ଡିଲ୍ ମଧ୍ୟ ଅସଫଳ ରହିଥିଲା । କମ୍ପାନୀର କାନାଡ଼ାର ଇନ୍ଫ୍ରା କମ୍ପାନୀ ବ୍ରୁକ୍ଫିଲ୍ଡ ସହିତ ଟାୱାର ସେଲ୍ ଡିଲ୍ ମଧ୍ୟ ଅସଫଳ ରହିଥିଲା । ଏହାପରେ କମ୍ପାନୀ ୨ଜି ଓ ୩ଜି ନେଟ୍ୱାର୍କରୁ ବାହାରିବା ପାଇଁ ଘୋଷଣା କରିଥିଲା । ଯଦ୍ୱାରା ତାଙ୍କୁ ୭୫% (ପାଖାପାଖି ୮କୋଟି)ରୁ ଊଦ୍ଧ୍ୱର୍ ଗ୍ରାହକଙ୍କୁ ଛାଡ଼ିବାକୁ ପଡ଼ିଥିଲା । ଅନିଲ ଅମ୍ବାନୀ ୨୦୧୭ରେ ପିତା ଧିରୁଭାଇ ଅମ୍ବାନୀଙ୍କ ୮୫ତମ ଜନ୍ମଦିନ ଅବସରରେ ତାଙ୍କ କମ୍ପାନୀ ରିଲାଏନ୍ସ କମ୍ୟୁନିକେସନର ସମ୍ପତ୍ତି ବଡ଼ ଭାଇଙ୍କ କମ୍ପାନୀ ରିଲାଏନ୍ସ ଜିଓକୁ ବିକ୍ରି କରିବା ସମ୍ବନ୍ଧରେ ଘୋଷଣା କରିଥିଲେ । ଏଥିପାଇଁ ମୁକେଶ ଅମ୍ବାନୀ ମଧ୍ୟ ସହମତି ଦର୍ଶାଇଥିଲେ । ଏହି ଡିଲ୍ ୨୩ହଜାର କୋଟି ଟଙ୍କାରେ ହେବାରେ ସମ୍ଭାବନା ଥିଲା । ହେଲେ ଏହି ଡିଲ୍ ମଧ୍ୟ ବିଫଳ ରହିଥିଲା । କାହିଁକି ନା ରିଲାଏନ୍ସ କମ୍ୟୁନିକେସନ୍କୁ ଯେଉଁ ଋଣ ପରିଷୋଧ କରିବାର ଥିଲା, ତାହା କାହା ଆକାଉଣ୍ଟକୁ ଆସିବ । ଜିଓ ରିଲାଏନ୍ସ କମ୍ୟୁନିକେସନ୍ର ଗତ ନେଣଦେଣର ଦାୟିତ୍ତ୍ୱ ନେବାକୁ ମନା କରିଦେଇଥିଲା । ଟେଲିକମ୍ ବିଭାଗ ଡିଲ୍କୁ ମଞ୍ଜୁରୀ ଦେବା ପାଇଁ ଧାର୍ଯ୍ୟ କରିବାକୁ ସର୍ତ୍ତ ରଖିଥିଲା । ଯଦି ଏହି ଡିଲ୍ ହୋଇଥାନ୍ତା ତେବେ ଅନିଲ ଅମ୍ବାନୀ ଏରିକ୍ସନର ବକେୟା ପରିଶୋଧ କରିପାରିଥାନ୍ତେ ।