ଜିପ୍ପୋର ନୂଆ ସମର ଷ୍ଟାଇଲ୍ ସନ୍ ଗ୍ଲାସ୍ର ବଜାର ପ୍ରବେଶ
ସମର ଲାଇଫ୍ ଷ୍ଟାଇଲ୍କୁ ରୁଦ୍ଧିମନ୍ତ କରାଇବା ପାଇଁ ଜିପ୍ପୋ କମ୍ପାନୀ ପକ୍ଷରୁ ବିସ୍ତୃଥ ବର୍ଗର ଆଇ ୱେର ସମର କଲେକସନ୍ର ବଜାର ପ୍ରବେଶ କରାଯାଇଛି । ଏହାର ନୂତନ ଆକର୍ଷଣୀୟ ଡିଜାଇନିଂ ଗ୍ରାହକଙ୍କୁ ଆକୃଷ୍ଟ କରିବାକୁ ସକ୍ଷମ ହେବ ।
ଆଧୁନିକ ଫେଶନକୁ ଦୃଷ୍ଟିରେ ରଖି ଜିପ୍ପୋ ପକ୍ଷରୁ ବିଭିନ୍ନ ବର୍ଗର ତଥ ।ଆକର୍ଷଣୀୟ ରଙ୍ଗର ସନ୍ ଗ୍ଲାସ୍ ନିର୍ମାଣ କରାଯାଇଛି । ଏହା ବୋଲ୍ଡନେସ୍ ସହିତ ଷ୍ଟାଇଲ୍ ପ୍ରଦାନ କରିବାକୁ ସକ୍ଷମ ହେବ ।
ଇତିମଧ୍ୟରେ ଜିପ୍ପୋ ପକ୍ଷରୁ ବିଭିନ୍ନ ଆକର୍ଷଣୀୟ ଡିଜାଇନିଂ ଲାଇଟର ପ୍ରସ୍ତୁତ କରାଯାଇ ଗ୍ରାହକଙ୍କ ବହୁବିଧ ଆବଶ୍ୟକତାକୁ ପୂରଣ କରାଯାଇପାରିଛି । ଜିପ୍ପୋ ବ୍ରାଣ୍ଡ ୧୯୩୨ ମସିହାରେ କାରବାର ଆରମ୍ଭ କରିଥିଲା । ବର୍ତମାନ ସୁଦ୍ଧା କମ୍ପାନୀ ୩୦୦,୦୦୦ରୁ ଅଧିକ ଡିଜାଇନିଂର ୱିଣ୍ଡ୍ ପ୍ରୁଫ୍୍ ଲାଇଟର୍ ନିର୍ମିାଣ କରିଛି । ଏବେ କମ୍ପାନୀ ବିସ୍ତୃତ ବର୍ଗର ସନ୍ ଗ୍ଲାସ୍ ପ୍ରସ୍ତୁତ କରି ଗ୍ରାହକଙ୍କ ବହୁବିଧ ଆବଶ୍ୟକତାକୁ ପୂରଣ କରିବାକୁ ସକ୍ଷମ ହୋଇପାରିଛି ।
ଜିପ୍ପୋର ବିସ୍ତୃତ ବର୍ଗର ତଥା ବିଭିନ୍ନ ରେଞ୍ଜ୍ର ଆକର୍ଷଣୀୟ ନୂତନ ଡିଜାଇନିଂ ଗ୍ରାହକ ଅନ୍ଲାଇନ୍ ପ୍ଲାଟଫର୍ମରୁ କ୍ରୟ କରିବା ସହିତ ଦେଶର ୧୦ଟି ପ୍ରମୁଖ ସହରର ୨୮ଟି ୱିଲିୟମ୍ ପେନ୍ନ ଷ୍ଟୋର ତଥା ୩ଟି ସପ୍-ଇନ୍-ସପ୍ରୁ ମଧ୍ୟ ସହଜରେ କ୍ରୟ କରିପାରିବେ ।
ଜିପ୍ପୋର ନୂତନ ସମର କଲେକସନ୍ ସନ୍ ଗ୍ଲାସ୍ ମଧ୍ୟରେ ରହିଛି ଓବି୩୭-୦୫, ଓବି୩୮-୦୧, ଓବି୩୫-୦୯, ଓବି୪୦-୦୫, ଓବି୪୨-୦୩, ଓବି୩୭-୦୭, ଓବି୪୫-୦୫ ଆଦି ରହିଛି । ଏଗୁଡ଼ିକର ମୂଲ୍ୟ ୧,୧୦୦ଟଙ୍କା ରହିଛି ।
ସୂଚନା ଯୋଗ୍ୟ ଯେ, ଜିପ୍ପୋ ବିଶ୍ୱବ୍ୟାପି ୧୮୦ରୁ ଅଧିକ ଦେଶରେ କାରବାର ଜାରି ରଖିଛି । ଜିପ୍ପୋ ବ୍ରାଣ୍ଡ ୧୯୩୨ ମସିହାରେ ସ୍ଥାପିତ ହୋଇ ଇତିମଧ୍ୟରେ ୫୫୦ ନିୟୁତରୁ ଅଧିକ ୱିଣ୍ଡ୍ ପ୍ରୁଫ୍ ଲାଇଟର୍ ନିର୍ମାଣ କରିଛି । ଏହା ବୁଟେନ୍ କ୍ୟାଣ୍ଡେଲ୍ ଲାଇଟର, ମହିଳା ଓ ପୁରୁଷଙ୍କ ଉପଯୋଗୀ ଫ୍ରାଗ୍ରାନ୍ସ୍ ଉତ୍ପାଦ ସହିତ ବିଭିନ୍ନ ଉତ୍ପାଦ ପ୍ରସ୍ତୁତ କରିଥାଏ । ଜିପ୍ପୋ ବ୍ରାଡ୍ଫୋର୍ଡସ୍ଥିତ ୧୨୫ ବର୍ଷର କେସ୍ ଆଣ୍ଡ୍ ସନ୍ସ୍ କ୍ୟୁଟିଲାରୀ କମ୍ପାନୀ ସହିତ ମିଳିତ ହୋଇଛି । ଏହି କମ୍ପାନୀ ୨୦୧୪ରେ ଏହାର ୧୨୫ ବର୍ଷ ପୂର୍ତି ପାଳନ କରିଥିଲା ।


