ଡେବିଟ୍ କାର୍ଡ ଭାରତକୁ ଏକ ନଗଦ ମୁକ୍ତ ସମାଜ ଆଡ଼କୁ ଅଗ୍ରସର କରାଉଛି
ଭାରତରେ ଇଂଟରନେଟ୍, ଇ-କମର୍ସ କାରବାର ବୃଦ୍ଧି ପାଇବାରେ ଲାଗିଛି । ରିଜର୍ଭ ବ୍ୟାଭ୍କ ନିର୍ଦ୍ଦେଶ କ୍ରମେ ଗତ ୨ ବର୍ଷ ମଧ୍ୟରେ ଡିଜିଟାଲ କାରବାର ୫୦% ବୃଦ୍ଧି ପାଇଛି । ଏସବୁରେ ପେମେଂଟ୍ କାର୍ଡ, ୱଲେଟ୍, ମୋବାଇଲ୍ ବ୍ୟାଙ୍କିଙ୍ଗ୍ ଗୁରୁତ୍ୱପୂର୍ଣ୍ଣ ଗ୍ରହଣ କରିପାରିଛି । ଏହା ମେଟ୍ରୋ ତଥା ମିନି ମେଟ୍ରୋ ଗ୍ରାହକଙ୍କ ମଧ୍ୟରେ ବିଶେଷ ବୃଦ୍ଧି ପାଇବାରେ ଲାଗିଛି । ଗତ କିଛି ବର୍ଷ ମଧ୍ୟରେ ଦେଶରେ ଡେବିଟ୍ କାର୍ଡ ସଂଖ୍ୟାରେ ୨୫% ବୃଦ୍ଧି ହୋଇଛି ।
ଏହି ଅବସରରେ ଭିସା ଗ୍ରୁପ୍ ଇଣ୍ଡିଆ ଏବଂ ଦକ୍ଷିଣ ଏସିଆ କଂଟ୍ରି ମ୍ୟାନେଜର ଶ୍ରୀ ଟି.ଆର୍. ରାମଚନ୍ଦ୍ରନ କହିଲେ, “ଡେବିଟ୍ କାର୍ଡ ଦ୍ୱାରା ପେମେଂଟ ପ୍ରଣାଳୀ ଦ୍ରୁତ ହେବା ସହିତ ପେମେଂଟ କାର୍ଯ୍ୟ ତ୍ୱରାନ୍ୱିତ ହୋଇପାରୁଛି । ଦେଶରେ ସମ୍ପ୍ରତି ୯୫୦ ନିୟୁତ ଡେବିଟ୍ କାର୍ଡ କାର୍ଯ୍ୟ କରୁଛି । ଇତିମଧ୍ୟରେ ଅନେକ ।ରବାର ନଗଦରୁ ଡେଟ୍ଟ୍ କାର୍ଡକୁ ପରିବ୍ୟପ୍ତ ହେବାରେ ଲାଗିଛି । ଡେବିଟ୍ କାର୍ଡରେ କାରବାର ସହଜ, ସୁରକ୍ଷିତ ଏବଂ ବେଶ୍ ବିଶ୍ୱାସନୀୟ ।
୨୦୧୬ରେ ଦେଶରେ ୨ ଲକ୍ଷ ପିଓଏସ୍ ଟର୍ମିନାଲ ଥିବାବେଳେ ଏବେ ଏହା ୩୫ ଲକ୍ଷରୁ ଅଧିକ ହୋଇଛି । ଇତିମଧ୍ୟରେ ସୁରକ୍ଷା ଦୃଷ୍ଟିରୁ ଭାରତୀୟ ରିଜର୍ଭ ବ୍ୟାଙ୍କ ଇଏମ୍ଭି ଚିପ୍ ଯୁକ୍ତ ଡେବିଟ୍ କାର୍ଡର ପ୍ରଚଳନକୁ ଗୁରୁତ୍ୱାରୋପ କରିଛନ୍ତି । ୨୦୧୯ ଜାନୁୟାରୀ ୧ ତାରିଖଠାରୁ ଏହାକୁ ବାଧ୍ୟତାମୂଳକ କରାଯାଇଛି । ଏସବୁ କାର୍ଡରେ ପର୍ସନାଲ୍ ଆଇଡେଣ୍ଟିପିକେସନ୍ ନମ୍ବର ରହିଛି । ଫଳରେ ଏହା ଚୋରି କିମ୍ବା ହଜିଗଲେ ଅଥବା ଏହା ମାଧ୍ୟମରେ କୌଣସି ଠକାମି ହୋଇପାରିବ ନାହିଁ ।
ଚିପ୍ କାର୍ଡ ବ୍ୟକ୍ତିଗତ ତଥ୍ୟ ଚୋରିକୁ ପ୍ରତିହତ କରିଥାଏ । ଇଏମ୍ଭି ଚିପ୍ ଯୁକ୍ତ କାର୍ଡ ବିଶ୍ୱସ୍ତରରେ ବେଶ୍ ଉପଯୋଗୀ ହୋଇପାରିଛି । ଏବେ ଭିସା ପକ୍ଷରୁ କଂଟାକ୍ଟଲେସ୍ କାର୍ଡର ପ୍ରଚଳନ କରାଯାଇଛି । ଏହାଦ୍ୱାରା ୨,୦୦୦ ଟଙ୍କା ପର୍ଯ୍ୟନ୍ତ କାରବାର କରାଯାଇପାରୁଛି । ଏହାସହିତ ଭିସା ପକ୍ଷରୁ ପାସ୍ ୱାର୍ଡ ଯୁକ୍ତ ସ୍ୱୀକୃତିପ୍ରାପ୍ତ ପ୍ରଣାଳୀର ଉପଯୋଗ କରାଯାଇଛି । ଏହା କାର୍ଡ ଧାରକଙ୍କ ପରିଚୟକୁ ଅନ୍ ଲାଇନ୍ ଶପିଂ କ୍ଷେତ୍ରରେ ରୁଦ୍ଧିମନ୍ତ କରିଥାଏ । ଏଥିରେ ଥିବା ସିଭିଭି ନମ୍ବର ଦ୍ୱାରା ତଥା ପଞ୍ଜିକୃତ ମୋବାଇଲ୍ ନମ୍ବର ସହାୟତାରେ ଅନ୍ ଳାଇନ୍ କାରବାର ସହଜ ତଥା ସୁରକ୍ଷିତ ହୋଇପାରିଥାଏ ।
ଏହା ସହିତ କାର୍ଡ ଧାରକଙ୍କୁ ଏସଏମଏସ୍ ସେବା ଉପଲବ୍ଧ କରାଯାଇଥାଏ । ଅଜଣା ବ୍ୟକ୍ତି କାର୍ଡ ବ୍ୟବହାର କଲେ ଧାରକ ଏସମ୍ପର୍କରେ ସହଜରେ ଜାଣିପାରିବେ । ଫଳରେ ଏଡ଼େି ଇସ୍ୟୁଇଙ୍ଗ୍ ବ୍ୟାଙ୍କକୁ ତତ୍କ୍ଷଣାତ୍ କାର୍ଡ ସମ୍ପର୍କରେ ଜଣାଇ ଦିଆଯାଇଥାଏ ।” ରିଜର୍ଭର୍ ବ୍ୟାଙ୍କ ପକ୍ଷରୁ ଜାରି ହୋଇଥିବା ଟୋକନାଇଜେସନ୍ ପ୍ରଣାଳୀ ଧାରକଙ୍କ ପାଇଁ ବେଶ୍ ସୁରକ୍ଷିତ ତଥା ସହଜ ହୋଇପାରୁଛି ।
ସୂଚନାଯୋଗ୍ୟ, ଭିସା କ୍ୟାସ୍ ଲେସ୍ କାରବାର କ୍ଷେତ୍ରରେ ଖ୍ୟାତି ହାସଲ କରିପାରିଛି । ଏହା ଏକ ସେକେଣ୍ଡରେ ୬୫,୦୦୦ କାରବାର ମ୍ୟାସେଜ୍ ସଂଗୃହୀତ କରିପାରିଥାଏ ।


