ଜିପ୍ପୋ ୱିଣ୍ଡପ୍ରୁଫ୍ ଲାଇଟର ଭାରତରେ ଉପଲବ୍ଧ
ଯାତ୍ରାକୁ ସହଜ ଓ ଷ୍ଟାଇଲିଷ୍ଟ କରିବା ପାଇଁ ଜିପ୍ପୋ ପକ୍ଷରୁ ପ୍ରସ୍ତୁତ ହୋଇଛି ଜିପ୍ପୋ ୱିଣ୍ଡପ୍ରୁଫ୍ ଲାଇଟର । ଆକର୍ଷଣୀୟ ନିର୍ମାଣ ସହ ଜିପ୍ପୋ ୱିଣ୍ଡପ୍ରୁଫ୍ ଲାଇଟର ଜୀବନ ବ୍ୟାପି ୱାରେଂଟି ସହ ଉପଲବ୍ଧ ହେଉଛି ।ଯାତ୍ରା ଏପରି ଏକ ବିଷୟ ଯାହା କେବେବି ପର୍ଯ୍ୟାପ୍ତ ହୁଏ ନାହିଁ । ଏହା ନୂଆ ନୂଆ ସ୍ଥାନ, ସଂସ୍କୃତି, ଭୋଜନ ଓ ସମାଜକୁ ଖୋଜି ଅଧିକ ଜ୍ଞାନ ପ୍ରାପ୍ତ କରିବା ପାଇଁ ସକ୍ଷମ କରିଥାଏ । ଏହି ଯାତ୍ରା ସମୟରେ ଜିପ୍ପୋ ୱିଣ୍ଡପ୍ରୁଫ୍ ଲାଇଟର ଏକ ଉତମ ସାଥି ଭାବରେ କାମ କରିଥାଏ ଏବଂ ସବୁ ପରସ୍ଥିତିରେ କାମ କରିଥାଏ । ନିଜସ୍ୱ ଷ୍ଟାଇଲ ଅନୁସାରେ ଖୋଦାଇ ହୋଇଥିବା ଜିପ୍ପୋ ଲାଇଟର ବିଭିନ୍ନ ରଙ୍ଗ ଓ ଡିଜାଇନରେ ଉପଲବ୍ଧ ହେଉଛି ।ଜିପ୍ପୋ ୱିଣ୍ଡପ୍ରୁଫ୍ ଲାଇଟର ୪ଟି ଭିନ୍ନ ଭିନ୍ନ ଡିଜାଇନ ଓ ଷ୍ଟାଇଲ ୱାର୍ଲ୍ଡ ମ୍ୟାପ, ଆରମୋର ସେଲଟିକ କ୍ରସ, ବୋଲଟସ ଏବଂ କାଓବଏ ବ୍ରସଡ କ୍ରୋମ ଆଦି ପ୍ରକାରରେ ଉପଲବ୍ଧ ହେଉଛି । ଏ ଗୁଡିକର ମୂଲ୍ୟ ୫୩୦୦ ଟଙ୍କା ଠାରୁ ଆରମ୍ଭ କରି ୧୧୫୦୦ ଟଙ୍କା ପର୍ଯ୍ୟନ୍ତ ଧାର୍ଯ୍ୟ କରାଯାଇଛି ।


