ଜିବନ ବିନ୍ଦୁ ରକ୍ତ ଦାନ ଶିବୀର

ପାରଳାଖେମୁଣ୍ଡି,(ତାରିଣୀ ପ୍ରସାଦ ପଣ୍ଡା): ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ଟାଉନହଲ ପରିଶରରେ ଜିଲ୍ଲା ବିଜେଡି ପକ୍ଷରୁ ଜିବନ ବିନ୍ଦୁ ରକ୍ତ ଦାନ ଶିବୀର ଚାଲୁରହିଛି । ଏଥିରେ ମୁଖ୍ୟ ଅତିଥି ଭାବେ ବ୍ରହ୍ମପୁର ସାଂସଦ ଚନ୍ଦ୍ରଶେଖର ସାହୁ ଯୋଗ ଦେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶ କ୍ରମେ ଲୋକ ମାନଙ୍କୁ ବଞ୍ଚାଇବା ପାଇଁ ଏହି କାର୍ଯ୍ୟକ୍ରମ କରାଯାଉଛି ବୋଲି କହିଥିଲା । ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ ଅଗଷ୍ଟ ୯ ତାରିଖ ଠାରୁ ୧୫ ତାରିଖ ପର୍ଯନ୍ତ ଏହି ରକ୍ତ ଦାନ ଶିବୀର ଅନୁଷ୍ଠିତ ହେବ । ଆଜି ମୋଟ ୪୦ ୟୁନିଟ ରକ୍ତ ସଂଗ୍ରହ କରାଯାଇଥିବା ଜଣାପଡିଛି । ଏହି କାର୍ଯ୍ୟକ୍ରମରେ ଗଜପତି ଜିଲ୍ଲା ବିଜେଡି ପର୍ଯ୍ୟବେକ୍ଷକ ପୁର୍ଣ୍ଣଚନ୍ଦ୍ର ସ୍ୱାଇଁ,ଓଡିଶା ମୋ ପରିବାର ଆବାହକ ଅରୁପ ପଟ୍ଟନାୟକ,ଜିଲ୍ଲା ସଭାପତି ପ୍ରଦୀପ କୁମାର ନାୟକ,ପୁର୍ବତନ ଜିଲ୍ଲା ସ୍ୱତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷ ଅନ୍ତର୍ଯ୍ୟମୀ ଗମାଙ୍ଗ,ରାଜକୁମାରୀ କଲ୍ୟାଣୀ ଦେବୀ,ଯୁବ ବିଡେଡି ସଭାପତି ଏସ.ଲିଙ୍ଗରାଜ,ନଗର ସଭାପତି ସୁର୍ଯ୍ୟ ନାରାୟଣ ରାଜଗୁରୁ ପ୍ରମୁଖ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ