ଜିବିଡି ତରଫରୁ ୬୦ ପରିବାରଙ୍କୁ ରେସନ ପ୍ରଦାନ

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା) : ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ଠାରେ ଥିବା ଗଜପତି ବ୍ଲଡ ଡୋନେରସ୍‌(ଜିବିଡି) ତରଫରୁ ୬୦ ଗୋଟି ଗରିବ ପରିବାରକୁ ରେସନ ସାମଗ୍ରୀ ପ୍ରଦାନ କରାଯାଇଛି । କରୋନାର ଲକ୍‌ଡାଉନ୍ ସମୟରେ ଗରିବ ଲୋକଙ୍କ ଜୀବନଜୀବିକା ସମ୍ପୁର୍ଣ୍ଣ ଭାବେ ବନ୍ଦ ହୋଇଥିବା ଲକ୍ଷ୍ୟ କରି ଜିବିଡିର ସଭାପତି ନବୀନ କୁମାର,ଉପସଭାପତି ରୁଷି,ମୋହିନି ପ୍ରଧାନ,ନିଆର ପଣ୍ଡା,କ୍ରାନ୍ତୀ ପ୍ରମୁଖ ପ୍ରତିନିଧିମାନେ ପାରଳାଖେମୁଣ୍ଡି ସହରର ୱାର୍ଡ ନଂ ୧,୬,୧୬ରେ ରହୁଥିବା ୬୦ ଗୋଟି ଗରିବ ପରିବାରଙ୍କୁ ରେସନ ସାମଗ୍ରୀ ପ୍ରଦାନ କରିଛନ୍ତି । ଅଭାବୀ ଦିନରେ ଜିବିଡି ଦ୍ୱାରା ରେସନ ସାମଗ୍ରୀ ପାଇ ଏହି ୬୦ ଗୋଟି ପରିବାର ଜିବିଡିକୁ ସାଧୁବାଦ ଜଣାଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ