ଜିଭି ମୋବାଇଲ ପକ୍ଷରୁ ଏନ୍-୩୭୨୦ ଫିଚର ଫୋନର ବଜାର ପ୍ରବେଶ

ଜିଭି ମୋବାଇଲ୍ର ପକ୍ଷରୁ ଓଡ଼ିଶାରେ ଏନ୍-୩୭୨୦ ଫିଚର ଫୋନ୍ର ବଜାର ପ୍ରବେଶ କରାଯାଇଛି । ଏହାର ମୂଲ୍ୟ ୧୭୯୯ଟଙ୍କା ରହିଛି । ଏଥିରେ ୩ ୍ ସିମ୍ କାର୍ଡ ସ୍ଲଟ୍, ବ୍ଲୁଟୁଥ୍, ଫୋନ୍ ବୁକ୍, ଏସ୍ଏମ୍ଏସ୍, ମ୍ୟୁଜିକ୍ ଳାଇବ୍ରେରୀ ସହିତ ଲାଟେଷ୍ଟ୍ ଫିଚର ରହିଛି । ଏଥିରେ ୨.୮ ଇଂଚ ଡିସ୍ପ୍ଲେ, ଏମପି-୩, ଏମପି-୪ ପ୍ଲେୟାର, ୪୦୦୦ଏମଏଏଚ ବ୍ୟାଟରୀ, ୧୨୮ ଜିବି ବର୍ଦ୍ଧିର୍ତ ମେମୋରୀ, ୩.୫ ଅଡିଓ ଜ୍ୟାକ, ଇଂଟରନେଟ୍ ସୁବିଧା, ଅଟୋ କଲ୍ ରେକର୍ଡିଂ ଆଦି ସୁବିଧା ରହିଛି ।
ଏହା ବ୍ଲାକ୍ ଗୋଲ୍ଡ ଏବଂ ବ୍ଲାକ୍ ବ୍ଲୁ ଭ୍ୟାରିଆଂଟ୍ରେ ଉପଲବ୍ଧ ହେଉଛି । ଏହି ଅବସରରେ ଜିଭି ମୋବାଇଲର ମାର୍କେଟିଙ୍ଗ୍ ମୁଖ୍ୟ ହର୍ଷ ବର୍ଦ୍ଧନ କହିଲେ,” ଜିଭି ମୋବାଇଲ୍ ଖୁବ୍ କମ୍ ସମୟ ମଧ୍ୟରେ ବଜାରରେ ନିଜର ସ୍ଥିତି ସୁଦୃଢ କରିବାକୁ ସକ୍ଷମ ହୋଇପାରିଛି । ଏବେ ଆମେ ଓଡ଼ିଶା ବଜାରରେ ଫିଚର ଫୋନ୍ କାରବାର ବୃଦ୍ଧି କରିବାକୁ ଚାହୁଁଛୁ । ଦେଶରେ ଆମର ବଳିଷ୍ଠ ନେଟ୍ୱାର୍କ ରହିଛି । ଗ୍ରାହକଙ୍କୁ ଶ୍ରେଷ୍ଠ ଉତ୍ପାଦ ଉପଲବ୍ଧ କରାଇବା ଲକ୍ଷ୍ୟ ନେଇ ଆମେ କାର୍ଯ୍ୟ କରିଥାଉ । ଏନ୍-୩୭୨୦ ଦ୍ୱାରା ଆମେ ନୂତନ ଗ୍ରାହକଙ୍କୁ ଆକୃଷ୍ଟ କରିବା ସହିତ ଆମର ମାର୍କେଟ୍ ଶେୟାର ବୃଦ୍ଧି କରିପାରିବୁ ।” ସୂଚନାଯୋଗ୍ୟ, ଜିଭି ମୋବାଇଲ୍ ମାଗିକୋନଲମ୍ପେକ୍ସ୍ ପ୍ରା. ଲିଃ.ର ଅଂଶ ବିଶେଷ । ଏହା ୨୦୦୪ରେ ସ୍ଥାପିତ ହୋଇଥିଲା । ଏହାର ବ୍ରାଣ୍ଡ୍ ୨୦୧୧ରେ ବଜାର ପ୍ରବେଶ ହୋଇଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ