ଜିମ୍ ଯିବାର ସଠିକ୍ ବୟସ

ନିଜକୁ ଫିଟ୍ ରଖିବା ଏବଂ ନିଜ ଲୁକ୍‌କୁ ଭଲ କରିବା ପାଇଁ ଏବେ ଯୁବପିିଢ଼ିଙ୍କୁ ଜିମ୍ ଯାଉଥିବାର ଦେଖାଯାଉଛି । ଜିମ୍ ଯିବାର କ୍ରେଜ୍ ୧୩-୧୪ବର୍ଷର ପିଲାମାନଙ୍କ ପାଖରେ ଅଧିକ ଦେଖିବାକୁ ମିଳୁଛି । ଯୁବତୀମାନେ ଜିରୋ ଫିଗର କରିବା ପାଇଁ ଜିମ୍ ଯାଉଥିବାବେଳେ ଯୁବକମାନେ ସିକ୍ସ ପ୍ୟାକ୍ ବଡ଼ି କରିବା ଆଶାରେ ଜିମ୍‌ରେ ଘଣ୍ଟା ଘଣ୍ଟା ବ୍ୟାୟାମ କରିଥାନ୍ତି । କିଛି ମାତାପିତା ନିଜ ପିଲାମାନଙ୍କୁ ଖୁବ୍ କମ୍ ବୟସରୁ ଜିମ୍ ଯିବାକୁ ଦେଇଥାନ୍ତି, ଯାହା ସେମାନଙ୍କ ଶରୀରକୁ କ୍ଷତି ପହଞ୍ଚାଇଥାଏ । ଜିମ୍ ଯିବାର ସଠିକ୍ ବୟସ କେତେ ତାହା ମାତା-ପିତାଙ୍କୁ ଜଣା ନ ଥିବା ବେଳେ ସେମାନେ ଏପରି ଭୁଲ କରିଥାନ୍ତି । ଏଭଳି ପରିସ୍ଥିତିରେ ସମସ୍ତଙ୍କୁ ଜିମ୍ ଯିବାର ସଠିକ୍ ସମୟ ବା ବୟସ ଜାଣିନେବା ଦରକାର ।
୧.ମଣିଷ ଶରୀରର ବିକାଶ ଜନ୍ମ ହେବା ପରେ ହିଁ ହେବାକୁ ଲାଗିଥାଏ । ନବଜାତ ଶିଶୁଟି ପ୍ରଥମେ ନିଜର ହାତ ଗୋଡ଼ ହଲାଇବାକୁ ଲାଗିଥାଏ, ଯେଉଁଠୁ ତା’ର ଶାରୀରିକ ବ୍ୟାୟାମ ହେବା ଆରମ୍ଭ ହୋଇଥାଏ । ଧୀରେ ଧୀରେ ଶିଶୁଟି ବଡ଼ ହେବା ସହ ତା’ ଶରୀରରେ ଶକ୍ତି ବଢ଼ିବାକୁ ଲାଗିଥାଏ । ଚାଲିବା, ଦୌଡ଼ିବା ଏବଂ ଖେଳିବା ଦ୍ୱାରା ଶିଶୁର ହାଡ଼ ମଜଭୁତ ହୋଇଥାଏ । ୫-୮ବର୍ଷର ପିଲାମାନଙ୍କ ପାଇଁ ଜିମ୍ ଯିବା ସଠିକ୍ ସମୟ ହୋଇ ନ ଥାଏ । ସେଥିପାଇଁ ଶରୀରର ସଠିକ୍ ବିକାଶ ପାଇଁ ଜିମ୍‌କୁ ନ ଛାଡ଼ି ଖେଳପଡ଼ିଆକୁ ଛାଡ଼ିବା ଦରକାର ।
୨.୧୩-୧୪ବର୍ଷ ସୁଦ୍ଧା ଶରୀରର ହାଡ଼ ମଜଭୁତ ହୋଇଯାଇଥାଏ । କିନ୍ତୁ ଏହି ବୟସରେ ପିଲାମାନଙ୍କୁ ଜିମ୍ ପଠାଇବାର ସଠିକ୍ ସମୟ ହୋଇ ନ ଥାଏ । ଏ ବୟସରେ ସେମାନଙ୍କୁ ସାଇକେଲିଂ କରିବା, ପହଁରିବା ଏବଂ ଶାରୀରିକ ବ୍ୟାୟାମ ହେଲା ଭଳି ଖେଳ ଖେଲିବାକୁ ଦେବା ଦରକାର । ୩.୧୫ବର୍ଷରୁ ଊର୍ଦ୍ଧ୍ୱ ହେବା ପରେ ଆପଣମାନେ ପିଲାମାନଙ୍କୁ ଜିମ୍ ପଠାଇପାରିବେ । ପ୍ରଥମେ ପ୍ରଥମେ ଜିମ୍ ଯାଇ ସେମାନେ ସହଜ ବ୍ୟାୟାମ କରିବା ଆରମ୍ଭ କରିବା ଦରକାର । ଜିମ୍ ଟ୍ରେନରଙ୍କ କହିବା ଅନୁଯାୟୀ ବ୍ୟାୟାମ କରିବା ସହ ଖାଦ୍ୟ ମଧ୍ୟ ଖିଆଯିବା ଦରକାର ।
୪.ପ୍ରଥମେ ପ୍ରଥମେ ଅଧଘଣ୍ଟାରୁ ଅଧିକ ବ୍ୟାୟାମ କରନ୍ତୁ ନାହିଁ । ପରେ ଧୀରେ ଧୀରେ ଏହାର ସମୟ ବଢ଼ାନ୍ତୁ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ