ପିଆଜ ରପ୍ତାନୀ କଟକଣା ଫେବୃଆରୀ ଯାଏ କାଏମ ରହିବ !

ନୂଆଦିଲ୍ଲୀ: ଭାରତୀୟ ଘରୋଇ ବଜାରରେ ପିଆଜ ଦର ଆକାଶ ଛୁଆଁ । କମିବାର ନାଁ ନେଉନାହିଁ । ତେଣୁ ଏହିି ସ୍ଥିତିକୁ ନିୟନ୍ତ୍ରଣକୁ କରିବା ପାଇଁ ଭାରତ ସରକାର ପୂର୍ବରୁ ପିଆଜ ରପ୍ତାନୀ ଉପରେ କଟକଣା ଲଗାଇଥିଲେ । ରବି ଋତୁର ଅମଳ ଅଦିନିଆ ବର୍ଷା ବର୍ଷା ଯୋଗୁଁ ପିଆଜର ଦର ଦାମ୍ ଏଭଳି ବୃଦ୍ଧି ପାଇବାରେ ଲାଗିଛି । ଭାରତ ଅନ୍ୟ ପଡ଼ୋଶୀ ଯଥା ନେପାଳ, ଶ୍ରୀଲଙ୍କା ଏବଂ ବାଂଲାଦେଶ ଆଦି ଦେଶ ପାଇଁ ଭାରତ ପ୍ରମୁଖ ପିଆଜ ରପ୍ତାନୀକାରୀ ଦେଶ । କିନ୍ତୁ କଟକଣା କାରଣୁ ସେମାନେ ଅନ୍ୟ ରପ୍ତାନୀକାରୀ ସନ୍ଧାନ ଆରମ୍ଭ କରିସାରିଛନ୍ତି ।
ସେପ୍ଟେମ୍ବର ମାସରେ ଭାରତରେ କଟକଣା ଲାଗୁ କରାଯାଇଥିଲା ଏହା ଘରୋଇ ପିଆଜ ଦରକୁ ବିଶେଷ ପ୍ରଭାବିତ କରିପାରିନାହିଁ । ଅକ୍ଟୋବର ଏବଂ ନଭେମ୍ବର ମାସରେ ଅନିୟମିତ ବର୍ଷା ଯୋଗୁଁ ପିଆଜ ଫସଲ ଭଲ ଭାବରେ ହୋଇନାହିଁ । ବିଶେଷ କରି ଦେଶର ସବୁଠାରୁ ବୃହତ ପିଆଜ ରପ୍ତାନୀକାରୀ ମହାରାଷ୍ଟ୍ର ଏହି ବର୍ଷାରେ ପ୍ରଭବାତ ହୋଇଥିବାରୁ ଅମଳ ପ୍ରଭାବିତ ହୋଇଛି ।
ବର୍ତ୍ତମାନ ପିଆଜର ହୋଲସେଲ ଦର କିଲୋ ପ୍ରତି ୫୫ରୁ ମାତ୍ର ୪୦କୁ ଖସିଛି । ଏହା ଗତ ୬ ବର୍ଷରେ ସର୍ବାଧିକ । ରାଷ୍ଟ୍ରାୟତ୍ତ ଉଦ୍ୟାଗ ଜାତୀୟ ଉଦ୍ୟାନ ଗବେଷଣା ଏବଂ ଉନ୍ନୟନ ଫାଉଣ୍ଡେସନ୍ ପକ୍ଷରୁ ଦିଆଯାଇଥିବା ତଥ୍ୟ ଅନୁଯାୟୀ ଏହା ଗତ ୬ ବର୍ଷରେ ସର୍ବାଧିକ । ଭାରତୀୟ ଖାଉଟି କଲ୍ୟାଣ ବିଭାଗ ପକ୍ଷରୁ ଜଣେ ଅଧିକାରୀ କହିଛନ୍ତି, “ଦର କମିଲା ମାତ୍ରେ ଆମେ ରପ୍ତାନୀ ସ୍ୱାଭାବିକ କରିବାର ପ୍ରୟାସ କରିବୁ । ବର୍ତ୍ତମାନ ଏହା ସମ୍ଭବପର ନୁହେଁ । ଜାନୁଆରୀ ପରଠାରୁ ରପ୍ତାନୀ ସ୍ୱାଭାବିକ ହେବା ଆରମ୍ଭ ହେବ । ପିଆଜ ଦର ସ୍ୱାଭାବିକ ଅର୍ଥାତ ୨୦ ତଳକୁ ଖସିଲେ ଆମେ ରପ୍ତାନୀ ପାଇଁ ଅନୁମତି ଦେଇପାରିବା । ତେବେ ନୂଆ କରି ପିଆଜ ଚାଷ କରିବା ପାଇଁ ପିଆଜର ପେଣ୍ଠସ୍ଥଳ ନାସିକର ଚାଷୀମାନେ ବିହନ ପାଇବାରେ ଅସୁବିଧାର ସମ୍ମୁଖୀନ ହେଉଥିବା କୁହାଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ