ଜିରୋ ନାଇଟ୍ ପେଟ୍ରୋଲିଂ ବେଳେ ଗଜପତିରେ ପୋଲିସକୁ ଆକ୍ରମଣ
ପାରଳାଖେମୁଣ୍ଡି,(ତାରିଣୀ ପ୍ରସାଦ ପଣ୍ଡା): କୋରନା ସଂକ୍ରମଣ ରୋକିବା ପାଇଁ ରାଜ୍ୟ ସରକାର ତଥା ଜିଲ୍ଲା ପ୍ରଶାସନ ରାତି ୧୦ଟାରୁ ସୁକ୍ରବାର ସକାଳ ୫ଟା ପର୍ଯ୍ୟନ୍ତ ନାଇଟ୍ କର୍ଫୟୁ ଜାରି ସହ ଶାନ୍ତିଶୃଙ୍ଖଳାରେ ଜିରୋ ନାଇଟ୍ ପାଳନ ପାଇଁ ପେଟ୍ରୋଲିଂ କରୁଥିବା ପୋଲିସ ଉପରେ ଗଜପତି ଜିଲ୍ଲାରେ ଆକ୍ରମଣ ହୋଇଥିବା ସୁଚନା ମିଳିଛି । ଘଟଣାରୁ ପ୍ରକାଶ,ଗଜପତି ଜିଲ୍ଲା ଆର.ଉଦୟଗିରି ବ୍ଲକର ରାମଗିରି ଥାନା ଅଞ୍ଚଳରେ ଜିରୋ ନାଇଟ୍ ପାଳନ ବେଳେ ପୋଲିସ ରାତ୍ର ସମୟରେ ପେଟ୍ରୋଲିଂ କରୁଥିଲେ । ଏହି ସମୟରେ ପୋଲିସକୁ ଟେକାପଥର ମାଡ ହୋଇଥିବା ଜଣାପଡିଛି । ସରକାରୀ କଟକଣାକୁ ଉଲଂଘନ କରି ଗୁରୁବାର ମଧ୍ୟ ରାତ୍ରରେ ରାମଗିରି ଅଞ୍ଚଳରେ କିଛି ଯୁବକ ଜିରୋ ନାଇଟ୍ ପାଳନ କରୁଥିଲେ । ସେଠାରେ ପୋଲିସ ପହଞ୍ଚି ବାରଣ କରିଥିଲା । ତେବେ ସଂପୃକ୍ତ ଯୁବକ ମାନେ ପୋଲିସକୁ ଟେକାପଥର ମାଡ କରିଥିଲେ । ଏହି ଘଟଣାରେ ପୋଲିସ ୫ଯୁବକଙ୍କ ବିରୋଧରେ ମାମଲା ରୁଜୁ କରିଛନ୍ତି । ଏଥିରେ ୩ଜଣଙ୍କୁ ଗିରଫ କରାଯାଇଥିବା ବେଳେ ଅନ୍ୟ ୨ଜଣ ଫେରାର ଥିବା ଥାନାଅଧିକାରୀ ବିକାଶ ସେଠୀ କହିଛନ୍ତି ।


