ଜିଲାପାଳଙ୍କ କୋଭିଡ ସଚେତନତା ବାର୍ତ୍ତା

କେନ୍ଦ୍ରାପଡ଼ା,(ଚିତ୍ତରଂଜନ ଦାସ): କେନ୍ଦ୍ରାପଡା ଜିଲାପାଳ ଅମ୍ରିତ ଋତୁରାଜ କରୋନାର ଦ୍ୱିତୀୟ ଲହର ଅବସରରେ ଜିଲାର ଜନସାଧାରଣଙ୍କ ଉଦେଶ୍ୟରେ ସଚେତନତା ବାର୍ତ୍ତା ଦେଇଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ନିର୍ଦେଶରେ ଆମେ ସମସ୍ତେ ମୁହଁରେ ମାସ୍କ ପିନ୍ଧିବା । ସାମାଜିକ ଦୂରତା ରକ୍ଷା କରିବା । ଆବଶ୍ୟକ ନଥିଲେ ଘରୁ ବାହାରକୁ ବାହାରିବା ନାହିଁ । ଏଥର ସଂକ୍ରମଣର ହାର ଅଧିକ ରହିଥିବାରୁ ସମସ୍ତେ କୋଭିଡ ନିୟମ ମାନିକି ଚଳିବା । ଅର୍ବାନ ଅଞ୍ଚଳରେ ଆସନ୍ତା ଶନିବାର ରାତି ୯ଟାରୁ ସକାଳ ୫ଟା ପର୍ଯ୍ୟନ୍ତ ରାତ୍ରୀକାଳୀନ କର୍ଫ୍ୟୁ ଲାଗୁ କରାଯିବ । କୈାଣସି ବିବାହ,ବ୍ରତ କିମ୍ବା ସାଂସ୍କୃତିକ ପ୍ରଭୃତି କାର୍ଯ୍ୟକ୍ରମରେ୫୦ରୁ ଅଧିକ ସଂଖ୍ୟକ ଲୋକ ଯୋଗଦେବେ ନାହିଁ । ସମସ୍ତଙ୍କ ସହଯୋଗରେ ଆମେ କରୋନାର ଏହି ଦ୍ୱିତୀୟ ଲହରକୁ ପ୍ରତିହତ କରିବା । ତେଣୁ ଆମେ ସଚେତନ ଓ ସଜାଗ ହୋଇ ରହିବା ଉଚିତ ବୋଲି ଜିଲାପାଳ ଏକ ଭିଡିଓ ବାର୍ତ୍ତାରେ କହିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ