ଜିଲାରେ ଗଡ଼ିଲା ଶିଶୁ ଅଧିକାର ସୁରକ୍ଷା ଅଭିଯାନ ରଥ

ବାଲେଶ୍ୱର, (ସରୋଜ ପଣ୍ଡା) : ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗ ପକ୍ଷରୁ ରାଜ୍ୟବ୍ୟାପୀ ପରିକ୍ରମା ଆରମ୍ଭ କରିଥିବା ଶିଶୁ ଅଧିକାର ସୁରକ୍ଷା ଅଭିଯାନ ସଚେତନତା ରଥ ଏବେ ବାଲେଶ୍ୱରରେ ପହଞ୍ଚିଛି । ଅତିରିକ୍ତ ଜିଲାପାଳ ଶ୍ରୀ ନୀଲୁ ମହାପାତ୍ର ଶନିବାର ପୂର୍ବାହ୍ନରେ ଜିଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ପତାକା ଦେଖାଇ ଏହାର ଶୁଭାରମ୍ଭ କରିଥିଲେ । ଜିଲାର ରେମୁଣା, ନୀଳଗିରି ଓ ସୋର ଅଞ୍ଚଳ ଏହା ପରିକ୍ରମା କରି ଜନସାଧାରଣଙ୍କୁ ଶିଶୁ ଅଧିକାର ସମ୍ପର୍କରେ ସଚେତନ କରିଥିଲା । ଅଙ୍ଗନୱାଡି କର୍ମୀ, ସ୍ୱୟଂ ସହାୟକ ଗୋଷ୍ଠୀ, ସ୍କୁଲ ଛାତ୍ରଛାତ୍ରୀ, ଶିକ୍ଷକ-ଶିକ୍ଷୟିତ୍ରୀ, ପଞ୍ଚାୟତିରାଜ ଅନୁଷ୍ଠାନର ସଭ୍ୟସଭ୍ୟା, ବ୍ଲକ-ପଞ୍ଚାୟତସ୍ତରୀୟ ଶିଶୁ ସୁରକ୍ଷା କମିଟିର ସଦସ୍ୟ-ସଦସ୍ୟା, ଶିଶୁ ସୁରକ୍ଷା ଅନୁଷ୍ଠାନ ଓ ଚାଇଲ୍ଡ ଲାଇନର କର୍ମକର୍ତ୍ତାମାନେ ବିଭିନ୍ନ ସ୍ଥାନରେ ଏହି ରଥକୁ ସ୍ୱାଗତ କରିଥିଲେ । ଓଡିଶା ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗ ଆନୁକୂଲ୍ୟରେ ନଭେମ୍ବର ୧ରୁ ୨ଟି ସଚେତନତା ରଥ ୪୦ଦିନିଆ ଅଭିଯାନରେ ବାହାରି ରାଜ୍ୟର ବିଭିନ୍ନ ଅଞ୍ଚଳ ପରିକ୍ରମା କରିବା ସହିତ ଶିଶୁ ଅଧିକାର ସମ୍ପର୍କିତ ସଚେତନତା ବାର୍ତ୍ତା ପ୍ରଚାର କରୁଛି । ଡିସେମ୍ବର ୧୦ତାରିଖ ପର୍ଯ୍ୟନ୍ତ ଏହି ପରିକ୍ରମା ଜାରି ରହିବ । ଜିଲା ଶିଶୁ ସୁରକ୍ଷା ଅଧିକାରୀ ଯୁବକ ମାଝୀ, ଜିଲା ସମାଜ ମଙ୍ଗଳ ଅଧିକାରିଣୀ କୁନ୍ତଳା କୁମାରୀ ମଲିକ, ଜିଲା ପ୍ରୋଗ୍ରାମ ଅଫିସର ଦ୍ରୌପଦୀ ମାରାଣ୍ଡି, ସିଡିପିଓ ସବିତା ରାଉତ, ସୁଜାତା ପଟ୍ଟନାୟକ, ସୁପରଭାଇଜର ଶୁଭଶ୍ରୀ ଜେନା, ଶୁଭଶ୍ରୀ ଦାସ, ‘ମେ ଆଇ ହେଲ୍ପ ୟୁ’ର ‘ଏନଜିଓ’ର କର୍ମକର୍ତ୍ତା ଉବାଚକ ମହାନ୍ତି ପ୍ରମୁଖ ଉପସ୍ଥିତ ରହି ଆଜିର ଏହି କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ