ଜିଲାରେ ପ୍ରତ୍ୟେକ ବ୍ୟକ୍ତିଙ୍କ ଅକ୍ସିଜେନ ସ୍ତର ଯାଞ୍ଚ

ଛତ୍ରପୁର,(ଦେବଦତ୍ତ ମହାରଣା): ଗଞ୍ଜାମ ଜିଲାରେ ପ୍ରତେକ ବ୍ୟକ୍ତିଙ୍କ ଅକ୍ସିଜେନ ସ୍ତର ଯାଞ୍ଚ ପାଇଁ ମଙ୍ଗଳବାର ଠାରୁ କ୍ୟାମ୍ପେନ ଆରମ୍ଭ ହୋଇଛି। ଜ଼ିଲାର ସମସ୍ତ ଘରକୁ ଟିମ୍‌ ଯାଇ ପରିବାରର ସମସ୍ତ ସଦସ୍ୟଙ୍କ ଅକ୍ସିଜେନ ସ୍ତର କ’ଣ ଅଛି ତାହା ଯାଞ୍ଚ କରୁଛନ୍ତି। ଏହା ୧୪ ତାରିଖ ପର୍ଯ୍ୟନ୍ତ ଚାଲିବ। ଏହାଦ୍ୱାରା ଲକ୍ଷଣ ଥିବା ବ୍ୟକ୍ତିଙ୍କୁ ଶୀଘ୍ର ଚି଼ହ୍ନଟ ସହ ଠିକ୍‌ ସମୟରେ ଚିକିତ୍ସା କରାଯାଇ ପାରିବ। ଏଥିସହ ଡାକ୍ତରଙ୍କ ପରାମର୍ଶ ଅନୁସାରେ ରୋଗୀଙ୍କୁ ହସ୍ପିଟାଲକୁ ନେବା ପାଇଁ ଆମ୍ବୁଲାନ୍ସ ବ୍ୟବସ୍ଥା ମଧ୍ୟ ରହିଛି। ବିଶେଷକରି ଏହି ଯାଞ୍ଚ ଦ୍ୱାରା ଗର୍ଭବତୀ, ବରିଷ୍ଠ ନାଗରିକ ଏବଂ ବିଭିନ୍ନ ରୋଗରେ ପୀଡିତଙ୍କ ସୁବିଧା ହୋଇପାରିବ ବୋଲି କୁହାଯାଉଛି। ମଙ୍ଗଳବାର ଛତ୍ରପୁର ବ୍ଲକର  ଚମାଖଣ୍ଡି ପଂଚାୟତ ର ସୀତାନଗର ଗ୍ରାମ ରେ  ଚାଲିଥିବା ଅକ୍ସିଜେନ ସ୍ତର ଯାଞ୍ଚ ବେଳେ   ଛତ୍ରପୁର ଉପଜ଼ିଲାପାଳ ପ୍ରିୟରଞ୍ଜନ ପୃଷ୍ଟି, ବିଡିଓ ଅମ୍ବିକା ପ୍ରସାଦ ଦାଶ, ତହସିଲଦାର ନୀଳମାଧବ ଭୋଇ, ଚମାଖଣ୍ଡି ସରପଞ୍ଚ ସୁସ୍ମିତା ପ୍ରଧାନ, ପିଇଓ ସନ୍ତୋଷ କୁମାର ବେହେରା ପ୍ରମୁଖ ଏହାର ଅନୁଧ୍ୟାନ କରିଛନ୍ତି। ଏହି କାର୍ଯ୍ୟ ରେ ଅଙ୍ଗବାଡିକର୍ମୀ ଲଲିତା ପ୍ରଧାନ, ଆଶାକର୍ମୀ ସିଏଚ. କାମେଶ୍ୱରୀ ଓ ଏନଏ ଏମ ଲକ୍ଷ୍ମୀ ପ୍ରଧାନ ସମେତ ଟିମ ବୁଲି ପଂଚାୟତ ର ସମସ୍ତ ଘର କୁ ଘର ବୁଲି ଏହି ଯାଞ୍ଚ କାର୍ଯ୍ୟ କରୁଛନ୍ତି l ସେହିପରି ଛତ୍ରପୁର ବ୍ଲକ ର ସମସ୍ତ ପଂଚାୟତ ଏପରି ଟିମ ମାନେ ବୁଲି ଲୋକଙ୍କ ଅକ୍ସିଜେନ ଯାଞ୍ଚ କରୁଛନ୍ତି l

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ