ଜିଲାସ୍ତରୀୟ ଆଧାର ମନିଟରିଂ ବୈଠକ
ବାଲେଶ୍ୱର, (ସରୋଜ ପଣ୍ଡା):ଓଡ଼ିଶା ସରକାରଙ୍କର ବୈଷୟିକ ଓ ସୂଚନା ପ୍ରଯୁକ୍ତି ବିଭାଗ ନିର୍ଦ୍ଦେଶରେ ଗଠିତ ବାଲେଶ୍ୱରରେ ଜିଲ୍ଲାସ୍ତରୀୟ ଆଧାର ମନିଟରିଙ୍ଗ କମିଟିର ପ୍ରଥମ ବୈଠକ ଅନୁଷ୍ଠିତ ହୋଇାଇଛି । ଜିଲ୍ଲାପାଳ ଦତ୍ତାତ୍ରୟ ଭାଉସାହେବ ଶିନ୍ଦେଙ୍କ ଅଧ୍ୟକ୍ଷତାରେ ଗଠିତ ଏହି କମିଟିରେ ବାଲେଶ୍ୱର ଜିଲ୍ଲାର ଆରକ୍ଷୀ ଅଧିକ୍ଷକ, ଲିଡ୍ ବ୍ୟାଙ୍କ୍ ପ୍ରବନ୍ଧକ, ମୋ ସେବା କେନ୍ଦ୍ରର ଜିଲ୍ଲା ସଂଯୋଜକ, ଜିଲ୍ଲା ଶିକ୍ଷା ଅଧିକାରୀ, ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ, ଜିଲ୍ଲା ଇ- ଗଭର୍ଣ୍ଣାନ୍ସ ମ୍ୟାନେଜର, ଡାକ ବିଭାଗ ଜିଲ୍ଲା ମୁଖ୍ୟ ତଥା ଆଧାର ବିଭାଗ ପ୍ରତିନିଧି ଆଦି ସଭ୍ୟ ଅଛନ୍ତି । ସମ୍ପ୍ରତି ଜନସାଧାରଣ ବ୍ୟାଙ୍କ୍ ଆକାଉଣ୍ଟ ଖୋଲିବା, ସିମ୍ କାର୍ଡ ପାଇବା, ବିଭିନ୍ନ ସ୍କଲାରସି, ଋଣ ଆବେଦନ, ଆୟକର ରିଟର୍ଣ୍ଣ ପ୍ରଭୃତି ବିଭିନ୍ନ ସରକାରୀ ଯୋଜନା ପାଇଁ ଆଧାର ଅପଡେଟ ଜରୁରୀ ହୋଇଛି । ଆଗାମୀ ଦିନରେ ସେବାରେ ସ୍ୱଚ୍ଛତା ଓ ସହଜତା ଆଣିବା ପାଇଁ ଅନେକ କାର୍ଯ୍ୟ ସହ ଆଧାର ଲିଙ୍କ୍ କରାଯିବ । ଆଧାର କାର୍ଡର ବୈଧତା ବଜାୟ ରଖିବା ପାଇଁ ୧୦ ବର୍ଷରୁ ଉର୍ଦ୍ଧ୍ୱ ଅବଧିର ଆଧାର କାର୍ଡ ସହ ଆଧାର ଲିଙ୍କ୍ କରାଯିବ । ଆଧାର କାର୍ଡର ବୈଧତା ବଜାୟ ରଖିବା ପାଇଁ ୧୦ ବର୍ଷରୁ ଉର୍ଦ୍ଧ୍ୱ ଅବଧିର ଆଧାର କାର୍ଡ ଅପଡେଟ୍ କରିବା ବିଧେୟ । ଅଡେଟ ହୋଇନଥିବା ଆଧାର କାର୍ଡ ଅକାମୀ ହୋଇଯିବ ଏବଂ ଜନସାଧାରଣ ବହୁ ଅସୁବିଧାର ସମ୍ମୁଖୀନ ହେବେ । ଆଜିର ବୈଠକରେ ଆଧାର ଅଡେଟ୍ କାର୍ଯ୍ୟକ୍ରମକୁ ବ୍ୟାକ କରିବା ପାଇଁ ପୁଙ୍ଖାନୁୁଙ୍ଖ ଆଲୋଚନା ହୋଇଥିଲା । ଜିଲ୍ଲାପାଳ ଶ୍ରୀ ଶିନ୍ଦେ ବ୍ଲକ୍ କାର୍ଯ୍ୟାଳୟ, ଡାକ ଘର,ଜଣ ସେବା କେନ୍ଦ୍ର ଆଦି ସ୍ଥାନରେ ଚାଲୁଥିବା ସବୁଦିନିଆ କେନ୍ଦ୍ର ବ୍ୟତିରେକେ ଗ୍ରାମ ପଞ୍ଚାୟତ ସ୍ତରରେ ସ୍ୱତନ୍ତ୍ର ଶିବିରମାନ ଆୟୋଜନ କରି ଆଧାର ଲିଙ୍କ ବାବଦରେ ସଚେତନ କରିବାକୁ ପରାମର୍ଶ ଦେଇଥିଲେ । ପ୍ରକାଶ ଥାଉକି ବାଲେଶ୍ୱର ଜିଲ୍ଲାରେ ବ୍ୟାଙ୍କ ଆଦି ବିଭିନ୍ନ ଏଜେନ୍ସୀ ମାଧ୍ୟମରେ ୨୫୭ ଟି କିଟ୍ ଦ୍ୱାରା ଆଧାର ସଂଯୋଗିକରଣ କରାଯାଉଛି ।ମିଶନଶକ୍ତି ଅଧୀନସ୍ଥ ସ୍ୱୟଂ ସହାୟିକା ଗୋଷ୍ଠୀ ର ସାହାଯ୍ୟରେ ପଞ୍ଚାୟତ ସ୍ତରରେ ଆଗୁଆ ସୂଚନା ପୂର୍ବକ ଶିବିର ଆୟୋଜନ ସହ ଅପଡେଟ ସମ୍ପୂର୍ଣ୍ଣ କରିହେବ ବୋଲି ଜିଲ୍ଲାପାଳ ଶ୍ରୀ ଶିନ୍ଦେ କହିଥିଲେ । ବୈଠକରେ ଉପସ୍ଥିତ ଅତିରିକ୍ତ ଜିଲ୍ଲାପାଳ ନିଲୁ ମହାପାତ୍ର ଶିବିର ଆୟୋଜନ ପାଇଁ ନିର୍ଦ୍ଧାରିତ ସୂଚୀ ପ୍ରସ୍ତୁତି ନିମନ୍ତେ ପ୍ରସ୍ତାବ ଦେଇଥିଲେ । ବୈଠକରେ ଜିଲ୍ଲା ଡାକ ବିଭାଗର ସହକାରୀ ଅଧୀକ୍ଷକ ଶିବ ପ୍ରସାଦ ବେହେରା, ଜିଲ୍ଲା ଇ-ଗଭର୍ଣ୍ଣାନ୍ସ ମ୍ୟାନେଜର ।ଲଗୁନୀ ଦତ୍ତ, ମୋ ସେବା କେନ୍ଦ୍ରର ଜିଲ୍ଲା ସଂଯୋଜକ ଏମ୍ ଡି ନଜମୁଲ, ଜିଲ୍ଲା ଶିକ୍ଷା ଅଧିକାରୀ ବିଷ୍ଣୁ ଚରଣ ସୁତାର, ଆଧାର ପ୍ରତିନିଧି ସୌମ୍ୟ ରଞ୍ଜନ ସିଂହ ପ୍ରମୁଖ ଆଲୋଚନାରେ ଅଂଶଗ୍ରହଣ କରିଥିଲେ ।


